ରାଜ୍ୟରେ କମିଛି ଅର୍ଥନୈତିକ ଅଭିବୃଦ୍ଧି ହାର

0

ଭୁବନେଶ୍ୱର : ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର କମିଛି । 2018 -19ରେ 7.90 ପ୍ରତିଶତ ରହିଥିବା ବେଳେ 2019 -20ରେ ଏହା 6.16 ରହିବ ବୋଲି ଆକଳନ କରାଯାଇଛି । କୃଷି ଉତ୍ପାଦନ ହ୍ରାସ , ବାତ୍ୟାର ପ୍ରଭାବ, ଖଣି ୱେବ5 ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ହାର କମିବା ମୁଖ୍ୟ କାରଣ । ତେବେ ଜାତୀୟ ହର ଠାରୁ ଓଡିଶା ଉପରେ ରହିଛି । ଏହି ସମୟରେ ଜାତୀୟ ଅଭିବୃଦ୍ଧି ହାର 5ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । 2019- 20ମୁଣ୍ଡ ପିଛା ଆୟ ୧ ଲକ୍ଷ ୧ ହଜାର ୫୮୭ ଛୁଇଁବ । ୨୦୧୮ -୧୯ ରେ ଏହା 95164 ଟଙ୍କା ଥିଲା । 2014 -15ରୁ 18 -19 ମଧ୍ୟରେ 21ଲକ୍ଷ 76ହଜାର ପକ୍କା ଘର ନିର୍ମାଣ କରାଯାଇଛି । 2018 ମେ ଗଠନ କରାଯାଇଥିଲା ପଞ୍ଚମ ରାଜ୍ୟ ଅର୍ଥ କମିଶନ। କମିଶନ ପଂଚାୟତ ରାଜ ଓ ପୌରସଂସ୍ଥା ପାଇଁ ତିନି ପ୍ରକାର ଅନୁଦାନ ବ୍ୟବସ୍ଥା କରିଛନ୍ତି। ଉତ୍ତର ଅଧିକାରୀ ସତ୍ଵେ ପ୍ରବତନ ପାଣ୍ଠି ଜିଏସଟି ଓ ମଟର ଯାନ ଟିକସ ବାବଦ ଅର୍ଥ , ସହାୟକ ଅନୁଦାନ ତିନିପ୍ରକାର ବ୍ୟବସ୍ଥା ହୋଇଛି। 2020 21ରୁ 2024 25 ପର୍ଯ୍ୟନ୍ତ ମୋଟ 50282.50କୋଟି ଟଙ୍କା ଆକଳନ କରିଛନ୍ତି। ପ୍ରବତନ ପାଣ୍ଠି କୁ ଗ୍ରାମ ପଂଚାୟତ I ପଂଚାୟତ ସମିତି, ଜିଲ୍ଲାପାରିଷଦ ମଧ୍ୟରେ ବଣ୍ଟ ନ କରିବା ପାଇଁ ସୁପାରିଶ କରାଯାଇଛି। ରାଜ୍ୟ ସରକାର 60,30,10 ଅନୁପାତରେ ଖର୍ଚ୍ଚ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପଂଚାୟତ ସମିତି ପତ୍ରଦନ କରିବାକୁ ଥିବା ଅର୍ଥ ର 50 ଭାଗ ପାନୀୟଜଳ ପରିମଳ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ରେ ଖର୍ଚ୍ଚ କରାଯିବ। ବାକି 50 ପ୍ରତିଶତ ଗମନାଗମନ I ଗୋଷ୍ଠୀ ସ୍ୱସ୍ୱାସ୍ଥ୍ୟ କେନ୍ଦ୍ର I ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ମାଧ୍ୟମିକ ବିଦ୍ୟାଳୟର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ହେବ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More