ରାଜସ୍ଥାନ ରାଜନୀତି : ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେ ସଚିନ ପାଇଲଟ

0

ରାଜସ୍ଥାନ : ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ସଚିନ ପାଇଲଟଙ୍କୁ ବିଦା କରାଯାଇଛି । ପାଇଲଟଙ୍କୁ ବିଦା କରାଯିବା ସମ୍ପର୍କରେ ରଣଦେବ ସୂର୍ଯେୱାଲା ସୂଚନା ଦେଇଛନ୍ତି । ରାଜସ୍ଥାନ ପ୍ରଦେଶ କଂଗ୍ରେସ ମୁଖ୍ୟ ପଦରୁ ମଧ୍ୟ ପାଇଲଟଙ୍କୁ ବିଦା କରାଯାଇଛି । ରାଜସ୍ଥାନ କଂଗ୍ରେସରେ ଚାଲିଥିବା ଦଳୀୟ ସଂକଟର ସମାଧାନ କରିବାକୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବ‌େ ଦିଲ୍ଲୀରୁ ଯାଇଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ମଙ୍ଗଳବାର ଏହି ଘୋଷଣା କରିଛନ୍ତି । ପାଇଲଟଙ୍କ ସ୍ଥାନରେ ଗୋବିନ୍ଦ ସିଂ ଦୋତାସ୍ରାଙ୍କୁ ପିସିସି ମୁଖ୍ୟଭାବେ ନିଯୁକ୍ତ କରାଯାଇଛି । ପାଇଲଟଙ୍କ ଦୁଇ ସହଯୋଗୀଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରୁ ବିଦା କରାଯାଇଛି । ରାଜସ୍ଥାନ ସରକାରର ଟଳମଳ ସଙ୍କଟକୁ ସୁଧାରିବା ପାଇଁ କଂଗ୍ରେସ ହାଇକମାଣ୍ଡ ତିନି ବରିଷ୍ଠ ନେତାଙ୍କୁ ପଠାଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ, ରାଜସ୍ଥାନ କଂଗ୍ରେସ ପ୍ରଦେଶ କମିଟି ମୁଖ୍ୟ ଅବିନାଶ ପାଣ୍ଡେ ଏବଂ ଦଳର ବରିଷ୍ଠ ମୁଖପାତ୍ର ରଣଦୀପ ସୁର୍ୟେୱାଲା ରାଜସ୍ଥାନରେ ରହି ସ୍ଥିତି ଉପରେ ନଜର ରଖିିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More