ମୋହାଲିରେ ଭାରତର ମହାବିଜୟ

0

ମୋହାଲିରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୩ୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଉପରେ ଭାରି ପଡ଼ିଛି ବିରାଟ ବି୍ରଗେଡ୍ । ଧରାଶାୟୀ ହୋଇଛି ଇଂଲଣ୍ଡ । ୫ଟିକିଆ ଟେଷ୍ଟ ମା୍ୟଚରେ ଭାରତ ୨-୦ରେ ଆଗୁଆ ରହିଛି । ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ ଯୋଗୁଁ ଭାରତ ୮ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ଭାରତୀୟ ଦଳ ପ୍ରଥମ ଇନିଂସରେ ୪୧୭ରନ କରିଥିଲା । ଏହାର ଜବାବରେ ଇଂଲଣ୍ଡ ୧ମ ଇନିଂସରେ ୨୮୩ରନ୍ କରି ସମସ୍ତ ୱିକେଟ ହରାଇଥିଲା । ୨ୟ ଇନିଂସରେ ଇଂଲଣ୍ଡ ୨୩୬ରନ କରି ଅଲଆଉଟ ହେବା ପରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ଥିଲା ୧୦୩ ରନ । ୧୦୩ରନ୍ ଟାର୍ଗେଟର ପିଛାକରି ଭାରତ ୪ର୍ଥ ଦିନରେ ୨ୱିକେଟ୍ ବିନିମୟରେ ୧୦୪ରନ ସଂଗ୍ରହ କରି ବିରାଟ ବିଜୟ ହାସଲ କରିଛି । ପାର୍ଥôବ ପଟେଲଙ୍କ ଦ୍ରୁତତମ ୬୭ରନ୍ ଭାରତକୁ ଶୀଘ୍ର ବିଜୟ ଆଡ଼କୁ ଅଗ୍ରସର କରିଥିଲା । ଭଲ ପ୍ରଦର୍ଶନ ଲାଗି ଜାଦେଜା ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି । ବିରାଟ କୋହଲୀ ୯ରନ୍ ଏବଂ ଚେତେଶ୍ୱର ପୂଜାରା ୨୫ରନ୍ କରିଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More