ମା ହେବେ ବ୍ଲାକ ବିୟୂଟି ବିପାଶା

0

ମା’ ହେବାକୁ ଯାଉଛନ୍ତି ବଲିଉଡର ବ୍ଲାକ୍ ବିୟୁଟି ବିପାଶା ବାସୁ । ବିପାଶା ଏବଂ ତାଙ୍କ ପତି କରଣ ସିଂ ଗତ କିଛିଦିନ ଲଗାତାର ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କ ନିକଟକୁ ଯାଉଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଯଦି ଏହା ସତ ହୋଇଥାଏ ତେବେ ଏହା ସ୍ପଷ୍ଟ ଯେ ମା’ ହେବାକୁ ଯାଉଛନ୍ତି ଚର୍ଚ୍ଚିତ ନାୟିକା ତଥା ବ୍ଲାକ୍ ବିୟୁଟି ବିପାଶା । ତେବେ ଏ ସମ୍ପର୍କରେ କିଛି ଗଣମାଧ୍ୟମ ପ୍ରତିନିଧି ଉଭୟ ପତି ପତ୍ନୀଙ୍କୁ ପ୍ରଶ୍ନ କରିଥିଲେ ବି ସେମାନେ ଏନେଇ କିଛି କହିବାକୁ ମନା କରିଦେଇଛନ୍ତି । ଅପରପକ୍ଷରେ କିଛିଦିନ ତଳେ ଶୁଣିବାକୁ ମିଳୁଥିଲା ଯେ, ବିପାଶା ଏବଂ କରଣଙ୍କ ମଧ୍ୟରେ ସମ୍ପର୍କ ଆଉ ଭଲ ନାହିଁ । କରଣଙ୍କର କିଛି ନିର୍ଦ୍ଦିଷ୍ଟ ସାଙ୍ଗସାଥୀଙ୍କୁ ନେଇ ବିପାଶା ଅଶାନ୍ତ ବ୍ୟକ୍ତ କରୁଥିଲେ । ଯାହାର ଏବେ ସମ୍ପୂର୍ଣ୍ଣ ସମାଧାନ ଘଟିଥିବା ଜଣାପଡ଼ିଛି । ବିପାଶା ଏବଂ କରଣଙ୍କ ପ୍ରଥମ ଦେଖା ହୋଇଥିଲା ‘ଏଲୋନ’ର ସୁଟିଂ ସେଟରେ । ପରେ ସେମାନଙ୍କ ଭଲ ପାଇବା ବିବାହରେ ରୂପାନ୍ତରୀତ ହୋଇଥିଲା । ଉଭୟେ ୨୦୧୫ରେ ବିବାହ କରିଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More