ମା’ କାଳୀଙ୍କ ଜିଭ ବାହାରକୁ ବାହାରିଥିବାର ମୃଣ୍ମୟୀ ମୃତ୍ତି ଓ ଫଟୋ କାହିଁକି ପୂଜା କରାଯାଏ ଆସନ୍ତୁ ଜାଣିବା

0

ଆଗକୁ ଆସୁଛି ଦିପାବଳୀ ଓ କାଳୀପୁଜା । ଏହି ଦିନ ମା’ ମହାକାଳୀଙ୍କ ଆରାଧନା କରାଯାଇଥାଏ । ତବେ ଆସନ୍ତୁ ଜାଣିବା ମା’ କାଳୀଙ୍କ ଜିଭ ବାହାରକୁ ବାହାରିଥିବାର ମୃଣ୍ମୟୀ ମୃତ୍ତି ଓ ଫଟୋ କାହିଁକି ପୂଜା କରାଯାଏ । ପୁରାଣ ଅନୁସାରେ, ରାକ୍ଷସ ଶୁମ୍ଭ ଓ ନିଶୁମ୍ଭଙ୍କ ଅତ୍ୟାଚାରରେ କେବଳ ପୃଥିବୀବାସୀ ନୁହନ୍ତି, ସ୍ୱର୍ଗର ଦେବତାମାନେ ମଧ୍ୟ ଅତିଷ୍ଠ ହୋଇ ପଡ଼ିଥିଲେ। ପରମପିତା ବ୍ରହ୍ମାଙ୍କ ଆଶୀର୍ବାଦରେ ବଳୀୟାନ୍ ହୋଇଥିବା ଶୁମ୍ଭ-ନିଶୁମ୍ଭ ସ୍ୱର୍ଗ ଉପରେ ଆକ୍ରମଣ କରି ଦେବରାଜ ଇନ୍ଦ୍ରଙ୍କୁ ପରାସ୍ତ କରିବାକୁ ଚାହୁଁଥିଲେ।ଏହି ଦୁଇ ରାକ୍ଷସଙ୍କ ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ଦେବତାମାନେ ମହାମାୟା ମା’ ଦୁର୍ଗାଙ୍କୁ ସ୍ମରଣ କରିଥିଲେ। ଦୁର୍ଗା ନିଜ ଅଂଶର ଅନ୍ୟ ଏକ ସ୍ପରୂପ ଅର୍ଥାତ୍ ମା’ ମହାକାଳୀ ରୂପ ନେଇ ଶୁମ୍ଭ-ନିଶୁମ୍ଭ ରାକ୍ଷସଙ୍କୁ ବଧ କରିଥିଲେ। ତେବେ ଶୁମ୍ଭ-ନିଶୁମ୍ଭ ଅସୁରଙ୍କୁ ନିପାତ କରି ସାରିବା ପରେ ମଧ୍ୟ ମା’ କାଳୀଙ୍କ ରକ୍ତମୁଖା ସ୍ୱଭାବ ଶାନ୍ତ ପଡ଼ି ନ ଥିଲା। ମା’ଙ୍କ ଏହି ରୂପ ଦେଖି ଦେବତାମାନେ ମଧ୍ୟ ଭୟ ପାଇ ଯାଇଥିଲେ। ଶେଷରେ ମା କାଳୀଙ୍କୁ ତାଙ୍କ ପୂର୍ବ ସ୍ୱରୂପକୁ ଫେରାଇ ଆଣିବା ପାଇଁ ଭଗବାନ ଶିବ ମା’ଙ୍କ ଯିବା ବାଟର ଭୂମିରେ ଶୟନ କଲେ । ମା’ କାଳୀ ତାଙ୍କ ଯିବା ରାସ୍ତାରେ ଗଳାବେଳେ ମହାଦେବଙ୍କ ଛାତି ଉପରେ ଗୋଡ଼ ରଖି ଦେଇଥିଲେ। ଆଉ ନିଜ ସ୍ୱାମୀଙ୍କ ଉପରେ ଗୋଡ଼ ରଖିବା ପରେ ମା’ ନିଜ ପୂର୍ବ ରୂପକୁ ସ୍ମରଣ କରି ପାରିଥିଲେ ଏବଂ ଲଜ୍ଜାରେ ନିଜ ଜିଭ ଆଗକୁ ବାହାର କରି ଦେଇଥିଲେ। ସେହିଦିନଠାରୁ ମା’ଙ୍କର ଏହି ରୂପକୁ କାଳୀ ପୂଜା ଅର୍ଥାତ୍ ଦୀପାବଳିରେ ପୂଜା କରାଯାଇଥାଏ। ଅମାବାସ୍ୟା ରାତିରେ କାଳୀଙ୍କର ପୂଜା ହେଉଥିବାରୁ ତାନ୍ତ୍ରିକମାନେ ମଧ୍ୟ ଏହି ଦିନ ମା’ଙ୍କର ଉପାସନା କରିଥା’ନ୍ତି।ଆପଣଙ୍କୁ ଯଦି ଆମ ତଥ୍ୟ ଭିତ୍ତିକ ଉପସ୍ଥାପନାଟି ଭଲ ଲାଗିଥାଏ ତେବେ ଅନ୍ୟକୁ ସେୟାର କରି ଜଣାଇବାକୁ ଅନୁରୋଧ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More