ମାଲିକାନଗିରିରେ ୧୨ଘଂଟିଆ ବନ୍ଦ

0

ମାଲକାନଗିରିରେ ଅତିଷ୍ଠ ହେଲାଣି ଜାପାନୀ ଜ୍ୱର । ଗତ ୩ମାସ ଧରି ପ୍ରତିଦିନ ୨ରୁ ୩ଜଣ ଶିଶୁ ଜାପାନୀ ଜ୍ୱରରେ ଆଖିବୁଜୁଛନ୍ତି । ଏଭଳି ସ୍ଥିତିରେ ନଭେମ୍ବର ୮ ତାରିଖରେ ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ୧୨ଘଂଟିଆ ବନ୍ଦ କରଯାଇଛି । ବନ୍ଦ ପ୍ରଭାବ ପୁରା ଜିଲ୍ଲାରେ ଦେଖିବାକୁ ମିଳିଛି । ତୁରନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ରୋଗର ନିରାକରଣ କରିବାକୁ ସଂଘ ଦାବି କରିଛି । ସରକାରୀ ଭାବେ ଏଯାଏଁ ମୃତୁ୍ୟ ସଂଖ୍ୟା ୯୫କୁହାଯାଉଥିବା ବେଳେ ପ୍ରକୃତ ରେ କିନ୍ତୁ ମୃତୁ୍ୟ ସଂଖ୍ୟା ଶହେ ଟପିଲାଣି । ପ୍ରତିଦିନ ଜଣେ ଲେଖାଏଁ ମା’କୋଳ ଶୂନ୍ୟ ହେଉଛି । ଆଜି ମଧ୍ୟ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଜଣେ ଶିଶୁର ମୃତୁ୍ୟ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More