ମାନବିକତା ଦେଖାଇଲେ ନବୀନ : କରୋନା ଆକ୍ରାନ୍ତ ବିଧୟିକାଙ୍କ ସହ କଲେ ଆଲୋଚନା

0

ଭୁବନେଶ୍ୱର : କିଛି ଦିନ ହେଲା ଶୁଣିବାକୁ ମିଳିଥିଲା ବିଜେଡି 2 ବିଧାୟକ ଙ୍କୁ କରୋନା ହୋଇଥିଲା ଏବଂ ତାଙ୍କୁ କୋଭିଡ ହସ୍ପିଟାଲ ରେ ଚିକିତ୍ସା କରାଯାଉଛି l ଏହି ପରିପେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସଂକ୍ରମିତ ଦୁଇ ବିଧାୟକଙ୍କ ସହ ଶନିବାର ଫୋନ ଯୋଗେ କଥା ହୋଇଛନ୍ତି । ଦୁଇ ବିଧାୟକ ହେଲେ ନୀଳଗିରି ଓ ସାଲେପୁରର । ସେ ଉଭୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଉଭୟ ବିଧାୟକ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ,ଏହାସହ ଆଜି ମୁଖ୍ୟମନ୍ତ୍ରୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ଼ ଯୋଦ୍ଧାଙ୍କ ସହ ମଧ୍ୟ ଫୋନେ ଯୋଗେ କଥା ହୋଇଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରିଛନ୍ତି । ଏହାସହ କୋଭିଡ଼ ମୁକାବିଲା ପାଇଁ ସେମାନଙ୍କ ଯୋଗଦାନକୁ ପ୍ରଶଂସା କରିଛନ୍ତି ।
କୋଭିଡ଼ ଯୋଦ୍ଧାଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ସଂକ୍ରମିତଙ୍କ ସହ ମଧ୍ୟ କଥା ହୋଇଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରିବା ସହ ସେମାନେ ସଠିକ ସେବା ପାଉଛନ୍ତି କି ନାହିଁ ମଧ୍ୟ ପଚାରିଛନ୍ତି । ଏହାସହ ନିକଟରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କୁ କୋଭିଡ଼ ଯୋଦ୍ଧା ଓ ସଂକ୍ରମିତଙ୍କ ସହ ନିୟମିତ ଯୋଗାଯୋଗରେ ରହି ତଥ୍ୟ ନେବାକୁ କହିଥିଲେ । ନବୀନଙ୍କ ଏପରି ପ୍ରେରଣତ୍ମକ କାର୍ଯ୍ୟ କୁ ସବୁ ମହଲରେ ପ୍ରସଂଶା କରିଛନ୍ତି l

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More