ମହାରାଷ୍ଟ୍ରରେ ମହାମାରୀକୁ ନେଇ ରାଜନୈତିକ ମହାଡ୍ରାମା

0

ମୁମ୍ବାଇ : ଦେଶ ଏବେ କରୋନା ମହାମାରୀ ପାଇଁ ଜଟିଳ ସ୍ଥିତି ଦେଇ ଗତି କରୁଛି । ମହାରାଷ୍ଟ୍ର ହେଉଛି କରୋନାରେ ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ । ହେଲେ ସେଠାରେ ଏବେ କରୋନାକୁ ନେଇ ଦେଖା ଦେଇଛି ରାଜନୈତିକ ଯୁଦ୍ଧ । ଉଭୟ ବିରୋଧୀ ଓ ଶାସକ ଦଳ ପରସ୍ପରକୁ କାଦୁଅ ଫିଙ୍ଗା ଆରମ୍ଭ କରିଦେଇଛନ୍ତି । ଏମିତି କି ରାଜ୍ୟରେ ରାଷ୍ଟ୍ରପତି ସାଶନ ଲାଗୁ କରାଯାଉ ବୋଲି କହିଛନ୍ତି ବରିଷ୍ଠ ନେତା ନାରାୟଣ ରାଣେ କହିଛନ୍ତି ।
ବରିଷ୍ଠ ନେତା ଶରତ ପାୱାର ମୁଖ୍ୟମନ୍ତ୍ରୀ ଉଦ୍ଧାବ ଠାକରେଙ୍କୁ ଭେଟିଥିଲେ । ଏହାର ଠିକ୍ ଗୋଟେ ଦିନ ପୂର୍ବରୁ ଶରତ ପାୱାର ରାଜ୍ୟପାଳଙ୍କୁ ମଧ୍ୟ ଭେଟିଥିଲେ । ଏହା ପରେ ରାଜ୍ୟରେ ସବୁ କିଛି ଠିକ୍ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି । କିନ୍ତୁ ସେଠି କଣ ଆଲୋଚନା କରାଯାଇଥିଲା ତାହା ଜଣାପଡିନାହିଁ । ଏପଟେ ରାଜ୍ୟ ସରକାର କରୋନା ମୁକାବିଲାରେ ବିଫଳ ହୋଇଛନ୍ତି ।ରାଜ୍ୟରେ ରାଷ୍ଟ୍ରପତି ସାଶନ ଲାଗୁ କରାଯାଉ ବୋଲି କହିଛନ୍ତି ବରିଷ୍ଠ ନେତା ନାରାୟଣ ରାଣେ କହିଛନ୍ତି । ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଭିସ ଆଜି ଅପରାହ୍ନ ୪ଟା ରେ ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି । ସେ ଏକ ଭିଡିଓ ଜାରିକରି କହିଛନ୍ତି ଉଦ୍ଧବ ସରକାର କରୋନା ମୁକାବିଲାରେ ସମ୍ପୂର୍ଣ୍ଣ ବିଫଳ । ଦେଶର ୩୦% ଆକ୍ରାନ୍ତ କେବଳ ମହାରାଷ୍ଟ୍ରର ହୋଇଥିବା ବେଳେ ୪୦% ହେଉଛି ମୃତ୍ୟୁହାର । ଯାହାକି ଦେଶ ପାଇଁ ଚିନ୍ତାର ବିଷୟ । ଏ ସବୁ ଅଭିଯୋଗର କଡା ଜବାବ ଦେଇଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । ସେ କହିଛନ୍ତି ସରକାର ମଜଭୁତ ଅଛି। ଶରତ ପାୱାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାରେ କିଛି ଅସୁବିଧା ନାହିଁ । ବିରୋଧୀ କେବଳ ସରକାରଙ୍କ ବିରୁଦ୍ଧରେ ଅପପ୍ରଚାର କରୁଛନ୍ତି । ସେମାନେ ଷଡ଼ଯନ୍ତ୍ରରୁ ଦୂରରେ ରୁହନ୍ତୁ ବୋଲି କଡା ଚେତାବନୀ ଦେଇଛନ୍ତି ସଞ୍ଜୟ । ଏବେ ଦେଖିବା ବାକି ରହିଲା ଦେବେନ୍ଦ୍ର ଫର୍ଣ୍ଣାଭିସ ତାଙ୍କ ସାମ୍ବାଦିକ ସମ୍ମିଳନୀରେ କଣ କହୁଛନ୍ତି । କରୋନାକୁ ନେଇ ଏବେ ମହାରାଷ୍ଟ୍ରରେ ରାଜନୈତିକ ହଟଚମଟ ଦେଖାଦେଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More