ମହାପ୍ରସାଦରେ ଆମିଷ ବ୍ୟଞ୍ଜନ ନେଇ ମହାଭୁଲ୍ ତଥ୍ୟ

0

ମହାପ୍ରସାଦକୁ ନେଇ ମହାଭୁଲ୍ ତଥ୍ୟ ଦେଇଛି ଏୟାର୍ ଇଣ୍ଡିଆର ଶୁଭଯାତ୍ରା ପତ୍ରିକା । ବିମାନଯାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ପତ୍ରିକାରେ ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପ୍ରସ୍ତୁତ ମହାପ୍ରସାଦ ସମ୍ପର୍କରେ ଏକ ମହାଭୁଲ୍ ତଥ୍ୟ ପ୍ରକାଶ କରିଛି । ଯେଉଁଥିରେ ଉଲ୍ଲେଖ ରହିଛି ମହାପ୍ରସାଦରେ ନିରାମିଷ ସାଙ୍ଗକୁ ଆମିଷ ଭୋଜନ ବି ପ୍ରସ୍ତୂୁତ କରାଯାଏ । ବିଶ୍ୱର ସବୁଠାରୁ ବୃହତ୍ ରୋଷେଇଶାଳ ମଧ୍ୟରେ ଏଭଳି ଆମିଷ ଭୋଜନ ପ୍ରତ୍ୟହ ପ୍ରସ୍ତୁତ କରାଯାଏ ବୋଲି ଉକ୍ତ ପତି୍ରକା ପ୍ରକାଶ କରିଛି । ପତ୍ରିକାର ତଥ୍ୟ ଅନୁସାରେ ଏକଲକ୍ଷ ଭକ୍ତଙ୍କ ପାଇଁ ୫ଶହ ରୋଷେଇଆ ଓ ୩ଶହ ସହାୟକ ରାତିଦିନ କାମ କରିଥା’ନ୍ତି । ଏଠାରେ ପ୍ରତ୍ୟହ ପ୍ରାୟ ୨୮୫ ପ୍ରକାରର ନିରାମିଷ ଓ ଆମିଷ ଖାଦ୍ୟ ଭକ୍ତଙ୍କୁ ପରଶା ଯାଇଥାଏ ବୋଲି ଉଲ୍ଲେଖ ରହିଛି । ପତି୍ରକାର ଏଭଳି ଆପତିଜନକ ତଥା ତ୍ରୁଟିପୂର୍ଣ୍ଣ ତଥ୍ୟ ବିଶ୍ୱର ଅଗଣିତ ଜଗନ୍ନାଥପ୍ରେମୀଙ୍କୁ ମର୍ମାହତ କରିଛି । ଏଖବର ପ୍ରସାରିତ ହେବା ପରେ ଅଗଣିତ ଜଗନ୍ନାଥପ୍ରେମୀ ଏହାର ଦୃଢ ପ୍ରତିବାଦ କରିବା ସହ ପତ୍ରିକା ବିରୋଧରେ ସ୍ୱର ଉତୋଳନ କରିଛନ୍ତି । ଏହାସହିତ ପତି୍ରକା କର୍ତୃପକ୍ଷ ତୁରନ୍ତ ଏଭଳି ତଥ୍ୟ ପ୍ରତ୍ୟାହାର କରିବା ସହ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରାଯାଇଛି । ଇଂରାଜୀ ଭାଷାରେ ପ୍ରକାଶିତ ଏହି ପତି୍ରକାରେ ଡିଭୋସନ୍ କ୍ୟାନ୍ ବି ଡେଲିସିୟସ୍ (ଭକ୍ତି ଓ ସ୍ୱାଦିଷ୍ଟ ଭୋଜନ) ଶୀର୍ଷକ ଲେଖାରେ ଏଭଳି ଆପତିଜନକ ତଥା ତ୍ରୁଟିପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି । ପତି୍ରକାର ଏଭଳି ଭୁଲ ତଥ୍ୟକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ଅତ୍ୟନ୍ତ ଦୁଃଖଦାୟକ । ଏହାସହ ମୁଖ୍ୟମନ୍ତ୍ରୀ ଉପରୋକ୍ତ ଭୁଲ୍ ତଥ୍ୟ ନେଇ ନିଜ ପ୍ରତିକ୍ରିୟାରେ କହିଛନ୍ତି ଏନେଇ ଏୟାର ଇଣ୍ଡିଆ କର୍ତୃପକ୍ଷଙ୍କୁ ତୁରନ୍ତ ଅବଗତ କରାଯିବ । ଅନ୍ୟପଟେ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ପୁରୀରେ ଶନିବାର ସକାଳୁ ଶ୍ରୀମନ୍ଦିର ସମ୍ମୁଖରେ ଶ୍ରୀଜଗନ୍ନାଥ ସେନା ଏବଂ ଶ୍ରୀମନ୍ଦିର ସେବାୟତଙ୍କ ପକ୍ଷରୁ ବିକ୍ଷୋଭ କରାଯିବା ସହ ଏଥିରେ କେନ୍ଦ୍ର ସଂସ୍କୃତି, କେନ୍ଦ୍ର ବିମାନ ଚଳାଚଳମନ୍ତ୍ରୀ, ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ଫଟୋଚିତ୍ରରେ କଳାବୋଳାଯାଇଛି । ସେହିପରି ପତ୍ରିକାର କର୍ତୃପକ୍ଷ ଏ ବାବଦରେ କ୍ଷମା ମାଗନ୍ତୁ ବୋଲି ବିକ୍ଷୋଭକାରୀ ଦାବି କରିବା ସହ ସେମାନଙ୍କ ଇସ୍ତଫା ଦାବି କରିଛନ୍ତି । ଏହାସହିତ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜୃର ବିଭିୁନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦର ସ୍ୱର ତେଜିବାରେ ଲାଗିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More