ମନୋଜ ତିୱାରୀଙ୍କୁ ବଦଳାଇ ଆଦେଶ କୁମାର ଗୁପ୍ତା ହେଲେ ଦିଲ୍ଲୀ ବିଜେପି ସଭାପତି

0

ନୂଆଦିଲ୍ଲୀ : ଆଜି ବଦଳିଲେ ଦିଲ୍ଲୀ ବିଜେପି ସଭାପତି । ମନୋଜ ତିୱାରୀଙ୍କ ସ୍ଥାନରେ ଆଦେଶ କୁମାର ଗୁପ୍ତାଙ୍କୁ ବିଜେପି ଦାୟିତ୍ୱ ଦେଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ପରାଜୟ ପରେ ମନୋଜ ତିୱାରୀଙ୍କ ବଦଳି କରିବା ଆଶଙ୍କା ଦେଖାଦେଇଥିଲା । ବିଭିନ୍ନ ସମୟରେ ମନୋଜ ବିବାଦୀୟ ବୟାନ ଦେଇ ଦଳକୁ ପ୍ରଶ୍ନ ଘରରେ ଛିଡା କରିବାର ନଜିର ମଧ୍ୟ ରହିଛି । ଏବେ ଦେଶ କରୋନା ଲଢ଼ୁଛି । ଏହି ସମୟରେ ଦଳୟ ନେତୃତ୍ୱ ପରିବର୍ତ୍ତନ ଅନେକଙ୍କୁ ଚକିତ କରିଛି। ଆଉ ଚର୍ଚ୍ଚା ମଧ୍ୟ ସୃଷ୍ଟି କରିଛି । ତେବେ ଏନେଇ ପାର୍ଟି ପକ୍ଷରୁ ମଧ୍ୟ ବିଜ୍ଞପ୍ତି ଜାରାଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More