ମନେପଡ଼େ ପିଚକାରୀ ରଙ୍ଗ ଖେଳ କଥା..

0


ହୋଲି । ରଙ୍ଗ ଓ ଆନନ୍ଦର ପର୍ବ । ହୋଲିରେ ରଙ୍ଗ ଖେଳିବାକୁ ପିଲାଦିନେ ପୂର୍ବ ଦିନରୁ ନିଦ ହୁଏ ନାହିଁ । କିପରି ରାତି ପାହିବ ମୁଁ ହୋଲି ଖେଳିବି । ଯେଉଁଦିନ ହୋଲି ସେଦିନ ସବୁକିଛି ବଦଳିଯାଏ ମୋ ପାଇଁ । ସକାଳୁ ଉଠିଲେ ଆଗେ ଖୋଜେ ରଙ୍ଗ କେଉଁଠି ଅଛି ଓ ଚିରା ପ୍ୟାଣ୍ଟ ଓ ସାର୍ଟ କେଉଁଠି କାଢି ମୋ ମା ରଖିଛି । ତାପରେ ଚିନ୍ତାରେ କରେ ଅନ୍ୟ କଥା । ସେପଟେ ମା କହୁଥାଏ ସକାଳ ହେଉ ରଙ୍ଗ ଖେଳିବୁ । ଉଉଣୀ କହୁଥାଏ ଟୁନା ଦାନ୍ତ ଘଷି ରୁଟି ଆଉ ତରକାରୀ ଖାଇଦେ ଅଳ୍ପ । ତାପରେ ଦେହରେ ନଡ଼ିଆ ତେଲ ମାରିକି ଓ ମୁଣ୍ଡରେ ଟୋପି ଲଗାଇ ଯାଆ ଦୋକାନ ପାଖରେ ରଙ୍ଗ ଖେଳିବୁ । ରାସ୍ତାକୁ ଯିବୁନାହିଁ । ଆଖି ଓ ମୁଣ୍ଡରେ ଯେମିତି କେହି ରଙ୍ଗ ନମାରନ୍ତି , ହେଲା । ଏପରି କେତେକଣ ଉପଦେଶ ଓ କଟକଣା । ଆଉ ତାହାରି ଭିତରେ ମୁଁ ପ୍ରଥମେ ଆମ ଛାତ ଉପରକୁ ଯାଇ ଦେଖେ ହୋଲିର ସକାଳକୁ । କେଉଁଠି ଅଜା ତା ନାତିକୁ ଧରି ପିଚକାରୀ ମାରିବା ଶିଖାଉଛି ଘର ବାରଣ୍ଡାରେ ତ ଆଉ କେଉଁଠି ନୂଆ କରି ଆମ ଗାଁକୁ ଆସିଥିବା ଖୁଡ଼ି ଝରକା ଫାଙ୍କରୁ ରଙ୍ଗ ଖେଳ ଦେଉଛି ଛୋଟଛୋଟ ପିଲାଙ୍କର । ଏସପବୁ ଦୃଶ୍ୟ ଦେଖିବା ପରେ ମୁଁ ଆଉ ନିଜରକୁ ସମ୍ଭାଳୀପାରେ ନାହିଁ । ପୁରୁଣା ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ହାତରେ ମୁଣ୍ଡପଠା ରଙ୍ଗ , ଅବିର,ଓ ପିଚକାରୀ ଧରି ବାପାଙ୍କ ଠାରୁ ୨ଟଙ୍କା କି ୫ଟଙ୍କା ଧରି ଘର ପାଖରେ ଥିବା ଦାଦାଙ୍କ ଦୋକାନ ପାଖକୁ ଚାଲିଆସେ ରଙ୍ଗ ଖେଳିବା ପାଇଁ । ଘରୁ ଦୋକାନ ପାଖକୁ ଆସିବା ସମୟରେ ମୋ ଠାରୁ କମ ବୟସ ପିଲାମାନେ ଅର୍ଥାତ କେଉଁ ଦାଦା ପୁଅ ଓ ଝିଅ ପୁରା ପାଣିଚିଆ ରଙ୍ଗକୁ ପିଚକାରୀରେ ଭରି ମତେ ମାରନ୍ତି ମୁଁ ଡ଼ରିକି ଦୌଡ଼ିଦୌଡ଼ି ପଳାଇଆସେ ସେଠାରୁ । କାହା କାହା ଉପରେ ତ ଚିଡ଼ିଯାଏ । ଦୋକାନ ପାଖରେ ରଙ୍ଗ ଧରି ପହଞ୍ଚିବା କ୍ଷଣି ଖୋଜେ ଆବେ ମଧୁ, ତଇ, ଦୀପକ,ସବୁ କୁଆଡ଼େ ଗଲେ । ରଙ୍ଗ ଖେଳିବାନି କି । ଏପରି କଥା ହେଉ ହେଉ କିଏ ଗୋଟାଏ ମୋ ପଛ ପଟରୁ ଆସି ମୋ ମୁହଁରେ ରଙ୍ଗ ବୋହିଦିଏ । ଯେଉଁ କଟକଣା ମୋ ମା କରିଥାଏ ଯେ ମୁଣ୍ଡରେ ରଙ୍ଗ ଲଗାଇବୁ ତତେ ଥଣ୍ଡା ହେବ । ମୋ ସାଙ୍ଗମାନେ ଆଗ ମୁଣ୍ଡପଠା ରଙ୍ଗକୁ ମୋ ମୁଣ୍ଡରେ ପକାନ୍ତି ଓ ମୁହଁରେ ବୋଳନ୍ତି । ଫଗୁଣର ରଙ୍ଗ ମୋ ଦହରେ ଲାଗିଲା ପରେ ମନ ଆପେଆପେ ଆନନ୍ଦିତ ହୋଇଯାଏ । ପରସ୍ପର ପରସ୍ପରକୁ କହୁ ବେ ତୁ ଭୂତ ପରି ଦିଶୁଛି ରଙ୍ଗ ମାରିବା ପରେ । ଏହି ହସମଜା କରି ଆମେ ବାହାରିପଡ଼ୁ ସେ ସମୟରେ ଆମ ସାଙ୍ଗରେ ପଡ଼ୁଥିବା କିଛି ସ୍କୁଲ ସାଙ୍ଗଙ୍କ ଘରକୁ । ସେଠାରେ ସାଙ୍ଗକୁ ଡ଼ାକି ରଙ୍ଗ ବୋଳାବୋଳି ହେଉ , ଏପରି କିଛି ସମୟ ଖେଳିବା ପରେ ପାଖରେ ଥିବା ଟଙ୍କାରୁ କିଛିି ପଇସା ଆଇସ୍୍ରିମ ଖାଉ । ଆଉ ବାକି ପଇସାରେ ବାନିସ କିଣି ପୁଣି ପରସ୍ପର ମୁହଁରେ ବୋଳାବୋଳି ହେଉ । ତାପରେ ରଙ୍ଗରେ କାହିକି କେଜାଣେ ମନକୁ ଆସେ ଚାଲ ବେ ମାମି,ମୁନି,ଲିଲି,ମିନା,ରିତା,ଟୁନା,ଟୁଇଙ୍କିଲ,କାବେରୀ, ଦେବଯାନୀଙ୍କ ଘରଆଡ଼ୁ ଟିକେ ବୁଲିଆସିବା । ସେମୋନେ କିପରି ରଙ୍ଗ ଖେଳୁଛନ୍ତି ଦେଖିକି ଆସିବା । ସାଇକେଲରେ ଜଣକ ପଛରେ ଜଣେ ବସି ଯାଉ । ସେମାନଙ୍କ ଘର ପାଖରେ ପହଞ୍ଚି ଦେଖୁ ତ କିଏ ଛାତ ଉପରେ ତ ଆଉ କିଏ ତା ଭାଇ ସହ ରଙ୍ଗ ଖେଳୁଛି । କାହାର କାହାର ତ ଦେଖା ପାଉନା । ଏପରିଭାବେ ସେଠାରୁ ଫେରିଲା ବେଳକୁ ସମୟ ୧୧ଟା ପରେ ହୋଇଯାଇ ଥାଏ । ମୁଁ କହେ ବାପା ଏବେ ତାଙ୍କ ସାଙ୍ଗ ସହ ଛକରେ ରଙ୍ଗ ଖେଳିବାକୁ ଆସିବେନି । ଚାଲ ଘରକୁ ପଳାଇବା । ପୁଣି ଦୋକାନ ପାଖକୁ ଆସି ସେତେବେଳେ ଯେଉଁ କାଁ ଭାଁ ଟେକର ଓ ବସ ଚଳାଚଳ କରେ ମୁଣ୍ଡଫଠା ରଙ୍ଗକୁ ଗୋଟେ ବାଲଟିରେ ଗୋଳାଇ ବସ କାଚ ବନ୍ଦ ଓ ଟେକରେ ପରଦା ପଡ଼ିଥିବା ଲୋକଙ୍କୁ ରଙ୍ଗ ମାରିବାରେ ଲାଗୁ । ଏଥିଲାଗି ବହୁତ ଗାଳି ବି ଖାଉ । ତାପରେ ଘରକୁ ଫେରୁ । ମା ,ବାପା ଗାଳି କରନ୍ତି କଣ ହୋଇଛି ତୁ । ଯେତେ କହିଲେବି ଶୁଣୁନାହୁଁ । ଦେହ ଖରାପ ହେଲେ କିଏ ତୋ ପୀଠିରେ ପଡ଼ିବ(ତଇ,ଦୀପକ, ନା ମଧୁ) ଦେଖିବା । ଗରମ ପାଣିରେ ମା ରାଗରାଗ କଣ୍ଠରେ ମେତେ ଗାଧୋଇ ଦିଏ । କିଛି ରଙ୍ଗ ଛାଡ଼େ ଆଉ କିଛି ଛାଡ଼େନା । ଆଜି ହୋଲି । ମୋର ଏସବୁ କଥା ଭାରି ମନେପଡ଼ୁଛି । ମନେ ପଡ଼ୁଛି ମୋ ଗାଁ ଆଜି କିପରି ହୋଲିିର ରଙ୍ଗରେ ରଙ୍ଗୀନ ହୋଇଥିବ । ହେଲେ ମୁଁ ଆଜି ଏଠି ବସି ସେ ପୁରୁଣା ଦିନ କଥା ଲେଖିୁଛି । କାରଣ ଲଠି ଜଗନ୍ନାଥ ପାଞ୍ଜି ଅନୁସାରେ ହୋଲି ଆଜି ନୁହେଁ । ଏଠି ନା ଅଛନ୍ତି ମୋ ପିଲାଦିନର ସାଙ୍ଗ ନା ଅଛି ମାର ଆକଟ । ମନ ଇଚ୍ଛା ଯେତେ ରଙ୍ଗ ଖେଳିଲେ ବି କେହି ଏଠି କିଚି କହିବେନି ମତେ । ବାପାଙ୍କ ଠାରୁ ବି ପଥସା ମାଗିବା ଦରକାର ନାହିଁ ମତେ । ମୋ ପାଖରେ ହୋଲିରେ ଖର୍ଚ୍ଚ କରିବା ଅର୍ଥ ଅଛି । ହେଲେ ମୁଁ ହୋଲି ଖେଳିପାରୁନାହିଁ । କେବଳ ଆଧୁନିକ ଯୁଗରେ ଫୋନରେ ଖେଳୁଛି ମୁଁ ହୋଲି ମୋ ଯାଜପୁରବାସୀଙ୍କ ସହ । ଲାଗଛି ବର୍ଷକୁ ଥରେ ଆସୁଥିବା ଏହି ହୋଲି କୁ ମୁଁ କିପରି ପୂର୍ବପରି ଉପଭୋଗ କରିବି । ତାହା ଭାବିଭାବି ଏମିତି କିଛି ଳେଖିଦେଲି ଅଫିସ ଯିବା ପୂର୍ବରୁ । …

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More