ମନମୋହନ ସିଂଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବାକୁ ମଞ୍ଜୁରୀ ଦେଲାନି ଡ଼ିଏମକେ

0

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ତାମିଲନାଡ଼ୁରୁ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଡ଼ିଏମକେ ପ୍ରତ୍ୟାଖାନ କରିଛି I ଆସାମରୁ ରାଜ୍ୟସଭା ସଦସ୍ୟ ଥିବା ମନମୋହନଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ମନମୋହନଙ୍କ ପୁନଃ ନିର୍ବାଚିତ କରାଇବା ଲାଗି ଆସାମରେ କଂଗ୍ରେସର ଆବଶ୍ୟକ ସଂଖ୍ୟକ ବିଧାୟକ ନାହାନ୍ତି I ଏଣୁ ଦଳ ତାଙ୍କୁ ତାମିଲନାଡ଼ୁରୁ ପ୍ରାର୍ଥୀ କରାଇବକୁ ଯୋଜନା କରିଥିବା ଜଣାପଡିଛି I ତାମିଲନାଡୁ ବିଧାନସଭାରେ ଶାସକ ଦଳ ଏଆଇଏଡିଏମକେ ଏବଂ ଡ଼ିଏମକେ ନେତୃତ୍ୱାଧୀନ ବିରୋଧୀ ଦଳର ଆସନ ସଂଖ୍ୟା ଅନୁସାରେ ଉଭୟ ରାଜ୍ୟସଭାକୁ ୩ଟି ଲେଖାଏଁ ସଦସ୍ୟ ପରିବାର ସମ୍ଭାବନା ରହିଛି I ଏଣୁ ମନମୋହନଙ୍କ ନିମନ୍ତ ଗୋଟିଏ ଆସନ ଦେବାକୁ ଡ଼ିଏମକେକୁ କଂଗ୍ରେସ ଅନୁରୋଧ କରିଥିଲା I କିନ୍ତୁ ମନମୋହନଙ୍କ ରାଜ୍ୟସଭା ପ୍ରାଥୀ କରିବାକୁ ମନ କରିଦେଇଥିଲା ଡ଼ିଏମକେ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More