ଭୁବନେଶ୍ୱରରୁ ହଟିଲେ ବାଇଁଆ ହେଲେ ଅନନ୍ତ : ମୟୁରଭଞ୍ଜ ଜିଲ୍ଲାରେ ଦୁଇ ସଭାପତି

0

ଭୁବନେଶ୍ୱର : ବିଜେଡି ତାର ସଂଗଠନ ଦାୟିତ୍ୱ ନେତାଙ୍କ ଉପରେ ନ୍ୟସ୍ତ କରିଛି I ଦଳ ପ୍ରତି ଥିବା ଆନୁଗତ୍ୟ ଓ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଜିଲ୍ଲା ସଭାପତିର ଦାୟିତ୍ୱ ନ୍ୟସ୍ତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ I ଭୁବନେଶ୍ୱର ଜିଲ୍ଲାସଭାପତି ଭାବେ ଅନନ୍ତ ନାରାୟଣ ଜେନାଙ୍କୁ ନିଯୁକ୍ତି ମିଳିଛି I ଅମ୍ରେଶ ଜେନାଙ୍କୁ ହଟାଇ ଅନନ୍ତଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି ନବୀନ I ଭୁବନେଶ୍ୱରରୁ ଦୁଇ ଦୁଇ ଥର ମେୟର ହୋଇଥିବା ବୁନୁଙ୍କ ପ୍ରତି ସୁପ୍ରିମୋ ପୁଣି ବିଶ୍ୱାସକୁ ନେଇଛନ୍ତି I ଆଗକୁ BMC ନିର୍ବାଚନ ଥିବାରୁ ତାଙ୍କ ନେତ୍ତୃତ୍ଵରେ ଦଳ ନିର୍ବାଚନ ଲଢ଼ିବାକୁ ଯାଉଛି I ସେହିପରି ପ୍ରଥମଥର ପାଇଁ ମୟୁରଭଞ୍ଜ ଜିଲ୍ଲାରେ ଦୁଇଟି ସଭାପତି ନିଯୁକ୍ତି କରାଯାଇଛି I ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ମୟୁରଭଞ୍ଜ ଜିଲ୍ଲା ବିଜେଡି ସଭାପତି କରାଯାଇଥିବାବେଳେ ମୟୁରଭଞ୍ଜ ସଦର ସଭାପତି ଭାବେ କାଶୀନାଥ ହେମ୍ବ୍ରମଙ୍କୁ ଦାୟିତ୍ୱ ଦିଆଯାଇଛି I ଜିଲ୍ଲା ସଭାପତି ଚୟନରେ ନିର୍ବାଚିତ ପ୍ରତିନିଧିଙ୍କୁ ନବୀନ ଗୁରୁତ୍ୱ ଦେଇଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More