ଭାସୁଛି ଅଧା ଭାରତ : କେରଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୮ କୁ ବୃଦ୍ଧି

0

କେରଳରେ ବନ୍ୟା ଯୋଗୁ ଅନେକ ଅଞ୍ଚଳ ପାଣିରେ ବୁଡ଼ି ରହିଛି ଓ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ବର୍ଷା କମି ଥିବା ଯୋଗୁ ଆଜି ସ୍ଥିତିରେ ଟିକେ ପରିବର୍ତ୍ତନ ଆସିଥିଲେ ମଧ୍ୟ ଭୂସ୍ଖଳନ ଯୋଗୁ ଅନେକ ଲୋକ ନିଖୋଜ ଅଛନ୍ତି ।

ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଜଳ ପ୍ରଳୟରେ ଫସିଛନ୍ତି କେରଳ, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡୁ, ହରିୟାଣା, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ ଏବଂ ମହାରାଷ୍ଟ୍ର ପରି ରାଜ୍ୟ । ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର । କେରଳରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ୱାଏନାଡ ଓ କୋଝିକୋଡ । ୱାଏନାଡରେ ଏବେ ବି ଅନେକ ସ୍ଥାନରେ ଭୂସ୍ଖଳନ ଚିନ୍ତା ବଢାଇ ଦେଇଛି ।
କେରଳରେ ଉଦ୍ଧାର କାମରେ ସହାୟତା ପାଇଁ ଓଡିଶାରୁ ଯାଇଛି ୨ଟି ଅଗ୍ନିଶମ ବାହିନୀ । ଏହି ଟିମ୍ ବନ୍ୟା ପ୍ରଭାବିତ ୱାଏନାଡରେ କାମ କରୁଛି । କର୍ଣ୍ଣାଟକରେ ବନ୍ୟା ଯୋଗୁଁ ୨୪ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟର ୧୧ଟି ଜିଲ୍ଲା ଜଳ ପ୍ରଳୟରେ ଫସି ରହିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More