ଭାରତୀୟ ନୌସେନାବାହିନୀର ବଡ଼ ସଫଳତା : MRSAM ମିସାଇଲର ସଫଳ ପରୀକ୍ଷଣ

0

ଭାରତୀୟ ନୌବାହିନୀର ଆଉ ଏକ ସଫଳ ମୂଳକ ପରୀକ୍ଷଣ . ଭାରତୀୟ ନୌସେନା ସ୍ଥଳଭାଗରୁ ଆକାଶପଥକୁ ଟାର୍ଗେଟ କରୁଥିବା ମଧ୍ୟମ ଦୂରଗାମୀ ମିସାଇଲର ସଫଳ ପରୀକ୍ଷଣ କରିଛି । ଭାରତୀୟ ନୌବାହିନୀ, ଡିଆର୍‍ଡିଓ ଏବଂ ଇସ୍ରାଏଲ୍‍ ଏରୋସ୍ପେସ୍‍ ଇଣ୍ଡଷ୍ଟ୍ରିଜ୍‍ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିଲା । ଏହି ବ୍ୟବସ୍ଥାକୁ ଭାରତ ଡାଇନାମିକ୍ସ ଲିମିଟେଡ୍‍ ପକ୍ଷରୁ ନିର୍ମାଣ କରାଯାଇଛି । ଏହି ମିସାଇଲ ୭୦ କିଲୋମିଟର ରାଡାରରେ ଆସୁଥିବା ଟାର୍ଗେଟ ଯେପରିକି ମିସାଇଲ, ଲଢୁଆ ଯୁଦ୍ଧ ବିମାନ,ହେଲିକପ୍ଟର,ଡ୍ରୋନକୁ ବେଶ ସହଜରେ ଧ୍ୱଂସ କରିପାରିବ । ଏପରିକି ଏହି ମିସାଇଲ ୩୬୦ ଡିଗ୍ରୀରେ ବୁଲିବା ସହ ଏକାସଙ୍ଗରେ ଶତ୍ରୁପକ୍ଷର ଟାର୍ଗେଟକୁ ଧ୍ୱଂସ କରିପାରିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More