ଭାରତରେ ଲକ୍ଷେ ଟଙ୍କିଆ ନୋଟ୍ ପ୍ରଚଳିତ ଥିଲା

0

ଭାରତରେ ୨ହଜାର ଟଙ୍କିଆ ଭଳି ବଡ଼ ନୋଟ୍ ପ୍ରଚଳନ ହେବା ନୂଆକଥା ନୁହେଁ । ୧୯୩୪ମସିହାରେ ସୁବାଷ ଚନ୍ଦ୍ର ବୋଷଙ୍କ ଆଜାଦ୍ ହିନ୍ଦ୍ ସରକାର ଲକ୍ଷେ ଟଙ୍କିଆ ନୋଟ୍ ପ୍ରଚଳନ କରିଥିଲେ । ବନାରସର ହିନ୍ଦୁ ଇନଭର୍ସିଟି ପ୍ରାଧ୍ୟାପକ ଡ. ରାଜୀବ ଶ୍ରୀବାସ୍ତବ ଦୀର୍ଘ ୮ବର୍ଷ ଧରି ନେତାଜୀ ସୁବାଷ ବୋଷଙ୍କ ଉପରେ ଗବେଷଣା କରିବା ପରେ ଏହି ତଥ୍ୟ ଏବେ ସାମ୍ନାକୁ ଆସିଛି । ସେତେବେଳେ ଉକ୍ତ ନୋଟ୍ ଉପରେ ନେତାଜୀଙ୍କ ଫଟୋ ସହ ସ୍ୱତନ୍ତ୍ର ଭାରତ ବୋଲି ଉଲ୍ଲେଖ ରହିଥିଲା । ବର୍ମାରେ ଛପାଯାଇଥିବା ଏହି ନୋଟକୁ ସେତେବେଳେ ଜର୍ମାନୀ, ଇଟାଲୀ, ଜାପାନ, କ୍ରୁଏସିଆ, ଫିଲିପାଇନସ, ଆୟରଲ୍ୟାଣ୍ଡ ଓ ଚୀନର ବି ମାନ୍ୟତା ମିଳିଥିଲା । ସେହପରି ୧୯୭୮ଜାନୁଆରୀ ୧୬ରେ ବି ୫ହଜାର ଓ ୧୦ହଜାର ଟଙ୍କିଆ ନୋଟ୍ ପ୍ରଚଳିତ ହୋଇଥିଲା । ହସ୍ତଗତ ସୂଚନା ମୁତାବକ ତତକାଳୀନ ସରକାର ଦେଶର ଆର୍ଥôକ ଅବସ୍ଥାରେ ସୁଧାର ଆଣିବାକୁ ଏଭଳି ପଦକ୍ଷେପ ନେଇଥିଲେ । ମାତ୍ର କଳାଧନ ଓ ଦୁର୍ନୀତିକୁ ନେଇ ଏଭଳି ଉଚ୍ଚ ମୂଲ୍ୟ ଭିତିକ ନୋଟ  ପ୍ରଚଳନକୁ ପରବର୍ତି ସମୟରେ ବନ୍ଦ କରାଯାଇଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More