ଭାରତକୁ ଆକ୍ରମଣ ପାଇଁ ପାକିସ୍ତାନ କରୁଛି ଯୋଜନା

0

ସୀମାରେ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଛି ଗୁଳିବିନିମୟ । ଏହା ମଧ୍ୟରେ ଭାରତ ପାକିସ୍ତାନ ସେନାର ଜଣେ କ୍ୟାପଟେନ ଓ ୩ ସେନାର ଜୀବନ ନେଇଛି । ଯାହାର ଜବାବରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଭାରତକୁ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି । ନଭେମ୍ବର ୨୯ରେ ପାକ୍ ସାମରିକ ବାହିନୀର ମୁଖ୍ୟ ରାହୁଲ ସରିଫ ଅବସର ନେଉଥିବାରୁ ଆକ୍ରମଣର ଆଶଙ୍କା ଟିକେ ଅଧିକ । କାରଣ ରାହୁଲ ସରିଫଙ୍କ ତାଙ୍କ ଅବଧି ସମୟରେ ପାକିସ୍ତାନ ସେନା କୌଣସି ସଫଳତା  ପାଇନଥିବାରୁ ଏହି ଆକ୍ରମଣ କରି ସନ୍ତୁଷ୍ଟ ହେବାକୁ ଚାହୁଁଛନ୍ତି । ପାକିସ୍ତାନର ଏପରି ଯୋଜନାକୁ ଭାରତ ମଧ୍ୟ ଗୁରୁତ୍ୱର ସହ ନେଇଛି । ସମସ୍ତ ସୁରକ୍ଷା ବାହିନୀଙ୍କୁ ସତର୍କ କରାଇ ଦିଆଯାଇଛି । ଦୁଇ ଦିନ ତଳେ ଜମ୍ମୁ କଶ୍ମୀର ବିଧାନସଭାରେ ବିଧାନସଭା ସଦସ୍ୟ ଗୃହରେ ବିବୃତି ରଖିଥିଲେ ଯେ ଭାରତରେ ପାକିସ୍ତାନର ୨ଶହ ଆତଙ୍କବାଦୀ ଏବେ ବି ଅଛନ୍ତି । ଏହାସହ ସୋମବାର ଭାରତୀୟ ସୈନିକଙ୍କ ଆକ୍ରମଣରେ ନିହତ ହୋଇଥିବା ଆତଙ୍କବାଦୀ ପାଖରୁ ନୂଆ ଟଙ୍କା ମିଳିବା ଏହା ପ୍ରମାଣିତ କରିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More