ଭଲ ଭାଷଣ ଦେଉଛ କାମ କରୁନ: ଅରୁଣଙ୍କ ଉପରେ ଶଙ୍କରାଚାର୍ଯ୍ୟ ଖପ୍ପା

0

ତୁମେ ଭଲ ଭାଷଣ ଦେଉଛ । ମାତ୍ର ତା’କୁ କାମରେ ଲଗାଉନାହଁ । ତୁମ ସରକାର ଶଙ୍କରାଚାର୍ଯ୍ୟଙ୍କୁ ଯେତିକି ଗୁରୁତ୍ୱ ଦେବା କଥା ଦେଉନାହାନ୍ତି । ସରକାର ପରିଚାଳନାରେ ଜଗତଗୁରୁଙ୍କ ମତାମତକୁ ବି ଗୁରୁତ୍ୱ ଦିଆଯାଉନି । ଏଭଳି ଢଙ୍ଗରେ ଆଜି ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ ବର୍ଷିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ଆଜି ଗୋବର୍ଦ୍ଧନ ପୀଠରେ ମା’ ବିମଳାଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଅରୁଣ ସାହୁ ଯୋଗଦେଇ ତାଙ୍କର ଅଭିଭାଷଣ ଦେଇଥିଲେ । ମନ୍ତ୍ରୀଙ୍କର ଭାଷଣ ଉପରେ ଅସନ୍ତୋଷ ପ୍ରକାଶ କରି ଶଙ୍କରାଚାର୍ଯ୍ୟ ଉପରୋକ୍ତ ଢଙ୍ଗରେ ତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More