ବ୍ୟାଙ୍କ ସଂସ୍କାର : ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣରେ ଗଠନ ହେବ ୪ଟି ବୃହତ ବ୍ୟାଙ୍କ

0

ବ୍ୟାଙ୍କ ସଂସ୍କାର ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷପ । ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବାରୁ ତାହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଆର୍ଥିକ ସଂସ୍କାର ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଛନ୍ତି । ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କର ହେବ ମିଶ୍ରଣ I ଏହି ୧୦ଟି ବ୍ୟାଙ୍କକୁ ୪ଟି ବୃହତ ଵ୍ୟାଙ୍କରେ ପରିଣତ କରାଯିବ I ତେଣୁ ଅନେକ ପବ୍ଲିକ ସେକ୍ଟର ବ୍ୟାଙ୍କକୁ ମିଶ୍ରିତ କରି ଗୋଟିଏ ବ୍ୟାଙ୍କ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ମର୍ମରେ PNB ରେ ମିଶିବ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ୍ ବ୍ୟାଙ୍କ ମିଶି ହେଲା ଗୋଟିଏ ବ୍ୟାଙ୍କ । PNB ର ବ୍ୟବସାୟ ଆକାର ହେବ ୧୭.୯୫ ଲକ୍ଷ କୋଟି ଟଙ୍କା । ପିଏନବି ହେବ ଦେଶର ଦ୍ୱିତୀୟ ବୃହତମ ବ୍ୟାଙ୍କ ହେବ I ସେହିଭଳି କାନାରା ବ୍ୟାଙ୍କ ଓ ସିଣ୍ଡିକେଟ୍ ବ୍ୟାଙ୍କ ମିଶି ହେଲା ଗୋଟିଏ ବ୍ୟାଙ୍କ । ଯାହାର ମିଶ୍ରଣ କାରବାର ହେଉଛି ୧୫.୨୦ ଲକ୍ଷ କୋଟି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । କାନାରା ବ୍ୟାଙ୍କ ହେବ ଦେଶର ୪ର୍ଥ ବୃହତମ ବ୍ୟାଙ୍କ I ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ମିଶିବ ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କ I ଇଣ୍ଡିଆନ ବ୍ୟାଙ୍କ ମିଶିବ ଆହ୍ଲାବାଦ ବ୍ୟାଙ୍କରେ I ଆହ୍ଲାବାଦ ଓ ଇଣ୍ଡିଆନ ବ୍ୟାଙ୍କର କାରବାର ହେବ ୮.୮୦ ଲକ୍ଷ କୋଟି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More