ଗତ ୩ଦିନ ତଳେ ପୁରୀରୁ ବିପୁଳ ପରିମାଣର ଭାଙ୍ଗ ଏବଂ ଗଞ୍ଜେଇ ଜବତ୍ ହେବା ପରେ ଆଜି ବ୍ରହ୍ମପୁରର ଖଟୁଆ ଅଂଚଳରୁ ଜବତ ହୋଇଛି ୧୦୦ବସ୍ତା ଭାଙ୍ଗ ସମେତ ୪୦କେଜି ଗଞ୍ଜେଇ । ପିପିଲି-କଟକ ଏବଂ ପୁରୀ ଅବକାରୀ ବିଭାଗର ମିଳିତ ଟିମ୍ ଏହି ଚଢାଉ କରିଛି । ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ଉପରୋକ୍ତ ୩ଟି ଅଂଚଳର ଅବକାରୀ ବିଭାଗର କିଛି ବଛାବଛା ଅଧିକାରୀ ଏକ ଟିମ୍ ଖଟୁଆ ଅଂଚଳରେ ଜଗି ରହିଥିଲେ । ପରେ ସେଠାରୁ ଏଭଳି ବିପୁଳ ପରିମାଣର ଗଞ୍ଜେଇ ସମେତ ଭାଙ୍ଗ ଜବତ କରିବାରେ ସମର୍ଥ ହୋଇଥିଲା ଅବକାରୀ ଟିମ୍ ।