ବ୍ରହ୍ମଗିରିରେ ସଞ୍ଜୟଂକୁ କଳାପତକା

0

ପୁଣି ମନ୍ତ୍ରୀ ସଂଞ୍ଜୟ ଦାସବର୍ମାକୁ ବିରୋଧ । ମୁନିଗୁଡ଼ା କି ଭୁବନେଶ୍ୱର ନୁହେଁ , ନିଜ ନିର୍ବାଚନୀ ମଣ୍ଡଳୀ ବ୍ରହ୍ମଗିରି ମନ୍ତ୍ରୀଂକୁ କଳା ପତକା ଦେଖାଇ ବିରୋଧ କରିଛି ଯୁବ କଂଗ୍ରେସ । ବ୍ରହ୍ମଗିରିରେ ଦୁଇଥର ବିଧାୟକ ହୋଇ ସେ ନିର୍ବାଚନୀ ମଣ୍ଡଳୀ ଲାଗି କିଛି କରିନାହନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ଖାସ ଏଥିଲାଗି କୃଷ୍ଣପ୍ରସାଦ ବ୍ଲକରେ ମନ୍ତ୍ରୀ ସଂଜୟ ଦାସବର୍ମା ଯାଉଥିବା କିଛି ଯୁବକଂଗ୍ରେସ କର୍ମୀ ତାଂକ ଗାଡ଼ି ଆଗକୁ ଯାଇ କଳାପତାକା ଦେଖାଇ ତାଂକୁ ବିରୋଧ କରିଥିଲେ । ଏଥିଲାଗି ମନ୍ତ୍ରୀଂକୁ କିଛି ସମୟ ଅଟକିବାକୁ ପଡ଼ିଥିଲା ସେଠାରେ । ପରେ ପୋଲିସ କଳାପତକା ଦେଖାଇଥିବା କଂଗ୍ରେସ ୩ରୁ ୪ଜଣ କର୍ମୀକୁ ଥାନାେରେ ଅଟକ ରଖିଛି । ଯାହାକୁ ନେଇ ପୁଣି ସରଗରମ ହୋଇଛି ବ୍ରହ୍ମଗିରି ରାଜନୀତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More