ବିସିସିଆଇରୁ ସମସ୍ତ ସଦସ୍ୟଙ୍କୁ ବିଦା କର

0

ବିସିସିଆଇରୁ ସମସ୍ତ କର୍ମକର୍ତାଙ୍କୁ ବହିଷ୍କାର କରାଯାଉ । ଏବଂ ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ଗୃହସଚିବ ଜି.କେ ପିଲ୍ଲାଇଙ୍କୁ ଦାୟିତ୍ୱ ଦିଆଯାଉ । ସୋମବାର ସୁପ୍ରିମକୋର୍ଟରେ ଲୋଧା କମିଟି ଦାଖଲ କରିଥିବା ଷ୍ଟାଟସ୍ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି । ତେବେ ସୁପ୍ରିମକୋର୍ଟ ପୂର୍ବରୁ ବିସିସିଆଇରେ ଲୋଧା କମିଟିର ସୁପାରିଶକୁ ଲାଗୁ କରିବା ପାଇଁ ଅନୁମତି ଦେଇସାରିଛନ୍ତି । ହେଲେ ବୋର୍ଡ ଏହାକୁ ମାନିବାକୁ ନାରାଜ । ଏମିତି କି ବୋର୍ଡର ପାଣ୍ଠି ବନ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ବେଳେ ଆର୍ଥିକ ଅଭାବ ଦେଖାଦେବାରୁ ମ୍ୟାଚକୁ ନେଇ ଆଶଙ୍କା ଉପୁଜିଥିଲା । ପରବର୍ତୀ ମୂହୁର୍ତରେ ପ୍ରତି ମ୍ୟାଚ ପିଛା ଖର୍ଚ୍ଚ ବାବଦକୁ ବୋର୍ଡକୁ ପାଣ୍ଠିରୁ ଟଙ୍କା ମିଳିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More