ବିଶ୍ୱ ମନର ଦେବତା ଜଗନ୍ନାଥ ….

0

ବିଶ୍ୱ ମନର ଦେବତା ଜଗତର ନାଥ ଜଗନ୍ନାଥ । କିଏ କହେ ସେ ଭାବର ଠାକୁର ତ ଆଉ କି କହେ ସେ କରୁଣାମୟ । ଭକ୍ତଙ୍କ ଦର୍ଶନ ଦେବା ପାଇଁ ବଡ଼ଦେଉଳ ଛାଡ଼ି ଭାଇ-ଉଉଣୀଙ୍କ ସହ ବଡ଼ଦାଣ୍ଡକୁ ଓହ୍ଲାଇଆସନ୍ତି କାଳିଆ ଠାକୁର । କେ ଆକାର ସେ ପୁଣି ନିରାକାର । କିଏ ତାଙ୍କୁ କହେ ପତିତପାବନ ତ ଆଉ କିଏ କହେ ବିଶ୍ୱପିତା । ତାର ଡ଼ୋରୀ ନଲାଗିଲେ କିଏ ବା ତାଙ୍କୁ ଦର୍ଶନ କରିପାରିବ ପୁରୀରେ । ତାହାପୁଣି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ । ଶ୍ରୀଗୁଣ୍ଡିଚା ଯାତ୍ରା ଠାରୁ ଆରମ୍ଭ କରି ବାହୁଡ଼ା, ସୁନାବେଶ, ଅଧରପଣା, ଓ ନିଳାଦ୍ରିବିଜେ ଯାଏ ମହାପ୍ରଭୃ ଦେଖାନ୍ତି ତାଙ୍କର ନିଳା । କୋଟିପୁର୍ଣ୍ଣ କଲେ ମହପ୍ରଭୃଙ୍କ ନିଳା ଜଣେ ଏହି ପୃଥିବୀ ପୃଷ୍ଠରେ ଜଣେ ଦେଖିପାରିବ ପୁରୀ ଯାଇ । ଏଥôଲାଗି କୋଟିକୋଟି ଟଙ୍କା ନୁହେଁ, ବଂର ସମର୍ପଣ ଭାବ ଦରକାର ଭକ୍ତ ପାଖରେ । କୌଣସି କଟକଣା କି ପ୍ରତିବନ୍ଦକ ରୋକିପାରିବ ନାହିଁ ଭକ୍ତ ଓ ଭଗବାନଙ୍କ ମିଳନରେ । ଯେପରି କୃଷ୍ଣ ଜନ୍ମ ହେଲା ପରେ ବନ୍ଧିଶାଳରୁ ଗୋପପୁର ଆସିଥିଲେ । ଠିକ ସେହିପରି ରଥଯାତ୍ରାରେ ମହାପ୍ରଭୃଙ୍କୁ ଦର୍ଶନ କରିବା ପାଇଁ ଜଣେ ଭକ୍ତ ପାଖରେ ସବୁ ରାସ୍ତା ଫିଟିଯିବ । ସବୁ ବିପଦ ଏଡ଼ାଇ ଯିବ ଓ ସବୁ ଅଭାବ ଦୂର ହୋଇଯିବ । କେବଳ ଭାବ ହିଁ ଦରକାର । ସେ ତ ଭାବର ଠାକୁର । ଭାରି ଦୟାହୁ । କେବଳ ତାର ଚକା ନୟନକୁ ଥରେ ମନରେ ଭାବି ଯିଦ ନିଜକୁ ତାହା ପାଖରେ ଭକ୍ତଟିଏ ସମର୍ପିତ କରିଦିଏ । ତେବେ ଭକ୍ତର ସବୁ ମନ କାମନା ପୁରଣ ହୁଏ ସେ ପୁରଣା ଇତିହାସରେ କଥା ହେଉ ଅବା ସାଧାରର ମଣିଷ ଟିଏ କଥାଇ ଥିବା କଥା । ସେ ଭକ୍ତ ସାଲବେଗ ହୁଅନ୍ତୁ କି ଜଣେ ସାଧାରଣ ମଣିଷ । ଯିଏ ଜଗାକୁ ମନଖୋଲି ଡ଼ାକିଛି ଓ ଜଗା ପାଖରେ ନିଜରକୁ ସମର୍ପିତ କରିଛି ଜଗା ତାହା ଦୁୁଃଖ ଶୁଣିଛି । ଏକଥା ବିଶ୍ୱର ଲୋକ ଅନୁଭବ କରିଛନ୍ତି ଜଗାକୁ ଦର୍ଶନ କି । ଜଗାକୁ କିଛି ମାଗିବାକୁ ପଡ଼େ ନାହିଁ । ଭାବ ଲାଗିଗଲେ ସବୁ କାର୍ଯ୍ୟ ଆପେଆପେ ହୋଇଯାଏ । ସେ ଜଳନ୍ତି ଦେବତା । ଭକ୍ତ ଭାବରେ ସେ ସବୁବେଳେ ବନ୍ଦା । କେତେବେଳେ ଦାଶିଆ ବାଉରୀ ହାତରୁ ସେ ନଡ଼ିଆ ନେଉ ଭକ୍ତ ଓ ଭଗବାନଙ୍କ ସର୍ମକ ଲୋକଲୋଚନକୁ ଆଣିଛନ୍ତି ତ ଆଉ କେତେବେଳେ ଭକ୍ତ ବନ୍ଧୁ ମହାନ୍ତିଙ୍କ ଖାଦ୍ୟ ଭକ୍ତ ଓ ଭଗବାନଙ୍କ ପରିଚୟ ଦେଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More