ବିଭିନ୍ନ ଦାବି ନେଇ ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟିଲେ ହୋମିଓପ୍ୟାଥିକ କଲେଜର ପ୍ରତିନିଧି ଦଳ

0

ରାଜ୍ୟର ଥିବା ୪ଟି ହୋମିଓପ୍ୟାଥିକ କଲେଜର ବିଭିନ୍ନ ସମସ୍ୟା ନେଇ ଆଜି ରାଜ୍ୟ ସଚିବାଳୟରେ ସ୍ଵାଥ୍ଥ୍ୟ ସଚିବ ପ୍ରମୋଦ ମେହରଦା ,ଆୟୁଷ ନିର୍ଦେଶକ ଅଶ୍ଵିନ କୁମାର ମିଶ୍ରଙ୍କୁ ଭେଟିଛନ୍ତି ସମସ୍ତ କଲେଜର ଛାତ୍ର ସଂସଦର ପ୍ରତିନିଧି ଦଳ । ପ୍ରତିନିଧି ଦଳ ଭେଟି ବିଭିନ୍ନ କଲେଜ ରେ ରେଗୁଲାର ଶିକ୍ଷକ ନାହିଁ, ଯାହା ଫଳରେ ପଢାରେ ବାଧା ହେଉଛି । ଏବେ ୧୧୧ଶିକ୍ଷକ ପଦବୀ ଏହି କଲେଜ ମାନଙ୍କ ରେ ଖାଲି ପଡିଛି , ସମସ୍ତ ବିଭାଗ ରେ ପିଜି ଖେଲିବାପାଇଁ ଦାବି କରିଛନ୍ତି । ବର୍ତ୍ତମାନ ୩ଟି ପିଜି ସିଟ୍ ଥିବା ବେଳେ ,୧୮ଟି ସିଟ୍ ପାଇଁ ଦାବି ହୋଇଛି । ଏହା ସହ ରେଗୁଲାର ପୋଷ୍ଟିଂ ବାହାର କରିବା ପାଇଁ ମଧ୍ୟ ଦାବି କରାଯାଇଛି । କେବଳ ୨୦୦୨ରେ ୧୦୦ଟି ପୋଷ୍ଟିଂ ହୋଇଥିଲା । ଏବେ ନୁଆ ପୋଷ୍ଟିଂ ବାହାରୁ ନାହିଁ । ପ୍ରତିବର୍ଷ ପୋଷ୍ଟିଂ ବାହୁର କରାଯାଉ ।
ଯଦି ଏହା ସମସ୍ୟା ସମାଧାନ ନହୁଏ ,ଯୋରଦାର ଆନ୍ଦୋଳନ କରାଯିବ । ଅନ୍ୟରାଜ୍ୟ ମାନଙ୍କରେ ୟୁକ୍ଵାଲ୍ ଷ୍ଟାଟସ ଏଲୋପାଥିକ୍ ରହିଥିବା ବେଳ ଆମ ରାଜ୍ୟରେ ସେଭଳି ସୁବିଧା ଦେଉନାହାନ୍ତି । ଆମ ସହ ରାଜ୍ୟ ସରକାର ପାତର ଅନ୍ତର କରୁଛନ୍ତି । ୟୁକ୍ଵାଲ୍ ଷ୍ଟାଟସ ମିଳିଲେ ଏଲୋପାଥିକ୍ ମାନଙ୍କୁ ଇଣ୍ଟେନସିଫ୍ ୨୦ ହଜାର ଟଙ୍କା ଦିଆଯାଉଥିବା ବେଳେ ହୋମିଓପ୍ୟାଥିକ କୁ ୧୨ହଜାର ଟଙ୍କା ଦିଆଯାଉଛି । ଏହି ଦାବି କରିଛନ୍ତି । ସୂଚନା ଅନୁସାରେ ରାଜ୍ୟରେ ମୋଟ ୪ଟି କଲେଜରେ ୬୫୦ ଛାତ୍ରଛାତ୍ରୀ ରହିଛନ୍ତି

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More