ବିଫଳ ହେଲା ଚନ୍ଦ୍ରାଯାନ-୨ ଅଭିଯାନ : ଶେଷ ମୁହୂର୍ତ୍ତରେ ଲ୍ୟାଣ୍ଡର ସହ ସଂପର୍କ ବିଚ୍ଛିନ୍ନ ..!

0

ଚନ୍ଦ୍ରାଯାନ-୨ ଚନ୍ଦ୍ରପୃଷ୍ଠରେ ପାଦ ଥାପିବା ପୂର୍ବରୁ ଶେଷ ମୁହୂର୍ତ୍ତରେ ଲ୍ୟାଣ୍ଡର ସହ ସଂପର୍କ ବିଚ୍ଛିନ୍ନ ହୋଇଯାଇଛି I ପ୍ରତେକ ଭାରତୀୟ ସେହି ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ I କତେବେଳେ ଚନ୍ଦ୍ରାଯାନ-୨ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ I ହେଲେ ଇତିହାସ ରଚିବା ପୂର୍ବରୁ ଚନ୍ଦ୍ରାଯାନ-୨ ଦକ୍ଷିଣ ମେରୁ ସ୍ପର୍ଶ କରିବା ପୂର୍ବରୁ ଲ୍ୟାଣ୍ଡର (ବିକ୍ରମ) ସହିତ ଯୋଗାଯୋଗ ବିଛିର୍ନ ହୋଇଯାଇଥିଲା I ନିର୍ଧାରିତ ମାର୍ଗରୁ ବିକ୍ରମ ଦୁରେଇ ଯାଇଥିଲା I ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତି ୧:୪୦ ରେ ରୋଭର (ପ୍ରଜ୍ଞାନ)କୁ ଧରି ବିକ୍ରମ ୩୫ କି.ମି. ଉଚ୍ଚରୁ ଚନ୍ଦ୍ରପୃଷ୍ଠକୁ ଖସିବା ଆରମ୍ଭ କରିଥିଲା I ୧୫ ମିନିଟ ଭିତରେ ଅର୍ଥାତ ୧:୫୫ରେ ଏହା ଚନ୍ଦ୍ରର ଦକ୍ଷିଣ ମେରୁ ଅଂଚଳରେ ଲ୍ୟାଣ୍ଡିଙ୍ଗ କରିଥାନ୍ତା I ସବୁକିଛି ଠିକ ଚାଲିଥିଲା , ଚନ୍ଦ୍ରପୃଷ୍ଠକୁ ଖସିବା ପୂର୍ବରୁ ବିକ୍ରମର ବେଗ ଘଣ୍ଟାପ୍ରତି ଥିଲା ୬ ହଜାର କି.ମି.ଖସିବା ବେଳକୁ ବେଗ ଥିଲା ୫୨୬ କି.ମି ଏବଂ ୧୦ ମିନିଟ ଭିତରେ ତାହା ୭.୪ କି.ମି ଉପରେ ପହଞ୍ଚିଥିଲା . ପ୍ରାୟ ୧୦ ମିନିଟ୍ ପୂର୍ବରୁ ଲ୍ୟାଣ୍ଡର ବିକ୍ରମର ଅବତରଣ ପ୍ରକ୍ରିୟା ଆରମ୍ଭ ହେବା ପରେ ୧୩୦ କୋଟି ଭାରତୀୟ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ୧.୫୨ ମିନିଟରେ ଅବତରଣ କରିବ ବୋଲି ପୂର୍ବରୁ ବୈଜ୍ଞାନିକମାନେ ଆକନଳ କରିଥିଲେ ହେଁ ଠିକ୍ ସେତିକିବେଳେ ହିଁ ସଂପର୍କ ଛିନ୍ନ ହୋଇ ଯାଇଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More