ବିଧାନସଭାରେ ମହାନଦୀର ମହାବିତର୍କ.. ବିଜେଡି କହିଲା ଲୁଚକାଳି ଖେଳୁଛି କେନ୍ଦ୍ର

0

ମହାନଦୀକୁ ନେଇ କେନ୍ଦ୍ର ସରକାର ଓଡିଶା ସହ ଲୁଚକାଳି ଖେଳ ଖେଳୁଛି । ଛତିଶଗଡ଼ ଏନଜିଟି ନିର୍ଦେଶକୁ ମାନୁନାହିଁ । ହେଲେ ଛତିଶଗଡ଼ ପ୍ରେମରେ ପଡି କେନ୍ଦ୍ରର ବିଜେପି ସରକାର ଓଡିଶାକୁ ଉପେକ୍ଷା କରୁଛି । ଛତିଶଗଡର ମନମାନୀ ଯୋଗୁଁ ଓଡ଼ିଶାର ୧୫ଟି ଜିଲ୍ଲାରେ ଜଳ ସଙ୍କଟ ଉଗ୍ରରୂପ ନେବାସହ ଜଳସ୍ଥର ୪୪ପ୍ରତିଶତ କମିଛି । ତାହାସହ ୨୦ପ୍ରତିଶତ ଜଳବିଦ୍ୟୁତ ଉତ୍ପାଦନ କମିଛି । ହେଲେ କେନ୍ଦ୍ରସରକାର ଛତିଶଗଡ଼ ନିର୍ମାଣ କରିଥିବା ବେଆଇନ ବ୍ୟାରେଜକୁ ବନ୍ଦ କରୁଛି ନା ଏନଜିଟି ନିର୍ଦେଶକୁ କାର୍ଯ୍ୟକାରୀ କରୁଛି । ଯାହାକୁନେଇ ଶାସକ ଦଳ ବିଧାନସଭାରେ କେନ୍ଦ୍ର ବିରୁଦ୍ଧରେ ଗର୍ଜନ କରିଥିଲା । ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ର ମହାନଦୀ ଜଳକୁ ନେଇ ହୋଇଥିବା ବିବାଦ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟକୁ ଦାୟୀ କରିଛନ୍ତି । ବିଜେପି ବିଧାୟକ ଦଳ ନେତା କହିଛନ୍ତି ଯେ ଆମେ ଏକାଠି ଲଢ଼ିବାକୁ ରାଜି, ହେଲେ ବିଜେଡି ମହାନଦୀକୁ ନେଇ ରାଜନୀତି କରୁଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More