ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ଆତ୍ମହତ୍ୟା : ଘର ପାଖରେ ଦଉଡ଼ିରେ ଝୁଲୁଥିବା ଅବସ୍ଥାରେ ଶବ ଉଦ୍ଧାର

0

ଆତ୍ମହତ୍ୟା କଲେ ପଶ୍ଚିମବଙ୍ଗର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ । ତାଙ୍କ ଶବ ଘର ପାଖରେ ଦଉଡ଼ିରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ଦେବେନ୍ଦ୍ର ଗତ ବର୍ଷ ହିଁ ସିପିଏମରୁ ଭାଜପାରେ ସାମିଲ ହୋଇଥିଲେ । ସେ ଲୋକସଭା ନିର୍ବାଚନ ପରେ ପାର୍ଟିର ସଦସ୍ୟତା ନେଇଥିଲେ । ଗତ ବର୍ଷ ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ପଶ୍ଚିମବଙ୍ଗର ସତ୍ତାଧାରୀ ପାର୍ଟି ଟିଏମସିର ଦୁଇ ବିଧାୟକ ଏବଂ ୫୦ ପାଖାପାଖି ପାର୍ଷଦ ଭାଜପାରେ ସାମିଲ ହୋଇଥିଲେ । ଏହା ବ୍ୟତୀତ ହେମତାବାଦରୁ ମଧ୍ୟ ସିପିଏମର ବିଧାୟକ ଦେବେନ୍ଦ୍ର ରେ ପାର୍ଟିର ସଦସ୍ୟତା ଗ୍ରହଣ କରିଥିଲେ ।

ସେପଟେ ପଶ୍ଚିମବଙ୍ଗର ଭାଜପା କହିଛି ଯେ ଉତ୍ତର ଦିନାଜପୁରରେ ରିଜର୍ଭଡ ସିଟ୍ ହେମତାବାଦର ଭାଜପା ବିଧାୟକ ଦେବେନ୍ଦ୍ର ନାଥଙ୍କ ଶବ ତାଙ୍କ ଗାଁ ଘର ପାଖରେ ଦଉଡ଼ିରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ଲୋକଙ୍କ ମତରେ ତାଙ୍କୁ ପ୍ରଥମେ ହତ୍ୟା କରାଯାଇଥିଲା ଏବଂ ପରେ ଟାଙ୍ଗି ଦିଆଯାଇଥିଲା ।

ଭାଜପା ନେତା ରାହୁଲ ସିହ୍ନା ଟିଏମସି ବିରୋଧରେ ହତ୍ୟା ଅଭିଯୋଗ ଲଗାଇ ସିବିଆଇ ତଦନ୍ତର ଦାବି କରିଛନ୍ତି । ସେ କହିଛନ୍ତି ଯେ ଆମେ ଭାଜପା ବିଧାୟକ ଦେବେନ୍ଦ୍ର ନାଥ ରେଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରୁଛୁ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More