ବିଗ୍‌ ‘ବି’ ଅମିତାଭ ବଚ୍ଚନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର : ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ସୂଚନା

0

ମୁମ୍ବାଇ : ବଲିଉଡ୍‌ ର ବିଗ୍‌ ‘ବି’ ଅମିତାଭ ବଚ୍ଚନ କରୋନାରେ ସଂକ୍ରମିତ ହୋଇଥିବା ଖବର ଶୁଣିବା ପରେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଗତକାଲି ଅମିତାଭଙ୍କୁ କରୋନା ସଂକ୍ରମଣ ହୋଇଥିବା ନେଇ ସେ ଟୁଇଟ୍ କରି ଜଣାଇଥିଲେ । ଟେଷ୍ଟ ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତି କରାଯାଇଛି । କୋଭିଡର ସାମାନ୍ୟ ଲକ୍ଷଣ ଥିବା ଜଣାପଡ଼ିଛି । ବଚ୍ଚନଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଅମିତାଭଙ୍କ ଘର ଜଲସାକୁ ଆଜି ସାନିଟାଇଜ୍ କରାଯିବ ବୋଲି ଜଣାପଡିଛି I ସଦ୍ୟତମ ସୂଚନା ଅନୁଯାୟୀ ଅମିତାଭ ବଚ୍ଚନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାଙ୍କଠାରେ ହାଲୁକା କରୋନା ଲକ୍ଷଣ ଥିବା ହସ୍ପିଟାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More