ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ

0

ଦୀର୍ଘ ୧୦ମାସ ପରେ କଟକ ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ଜାନୁଆରୀ ୧୯ରେ ଖେଳାଯିବ ଭାରତ-ଇଂଲଣ୍ଡ ମଧ୍ୟରେ ୱାନଡେ ମ୍ୟାଚ୍ । ଏଥିପାଇଁ ଆରଡ଼ିସି ସ୍ତରୀୟ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ହୋଇଥିଲା । ବୈଠକ ସରିବା ପରେ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ମ୍ୟାଚ୍ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏହି ୱାନ ଡେ’ ମ୍ୟାଚ୍ ପାଇଁ କୌଣସି ପ୍ରକାର ସାଲିସ କରାଯିବନାହିଁ । ସୁରକ୍ଷା ଦୃଷ୍ଟିରୁ ବାରବାଟୀ ଷ୍ଟାଡିୟମର ସବୁ ଗ୍ୟାଲେରୀକୁ ତାରଜାଲି ଦ୍ୱାରା ଆବଦ୍ଧ କରାଯିବ । ସମ୍ପୂର୍ଣ୍ଣ ଷ୍ଟାଡ଼ିୟମରେ ମୋଟ୍ ୧୩୨ଟି ସିସିଟିଭି ଲଗାଯିବ । ଗ୍ୟାଲେରୀ ଭିତରକୁ କୌଣସି ବ୍ୟକ୍ତି ପାଣିବୋତଲ ନେଇ ଯାଇପାରିବେ ନାହିଁ । ସେହିପରି ଟିକେଟ୍ ବିକି୍ର ସମ୍ପର୍କରେ ଶ୍ରୀ ବେହରା କହିଛନ୍ତି ମ୍ୟାଚ୍ ପାଇଁ ଆସନ୍ତା ଜାନୁଆରୀ ୧୪ରୁ ଅନୁବନ୍ଧିତ ସଂସ୍ଥାକୁ ହିଁ ଟିକେଟ୍ ବିକି୍ର ପାଇଁ ଅନୁମତି ମିଳିବ । ସାଧାରଣ ଲୋକଙ୍କ ପାଇଁ ଜାନୁଆରୀ ୧୬ ଓ ୧୭ ଏହି ୨ଦିନ ପାଇଁ ଟିକେଟ କାଉଂଟର ଖୋଲିବ । ଦର୍ଶକଙ୍କ ସମେତ ଖେଳାଳୀଙ୍କ ସୁରକ୍ଷା ଦୃଷ୍ଟି କୋଣରୁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More