ପ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେରୀଙ୍କ ରାସ୍ତାରେ । ସମସ୍ତଙ୍କ ସହଯୋଗରେ ନଳ୍ପଚ୍ଛନ ଭାରତ ଗଠନ କରିବା ଲକ୍ଷରେ ଆଗେଇ ଆସିଲେନି ମୋଦି । ରାଜସ୍ଥାନ, ଛତିଶଗଡ଼,ମଧ୍ୟପ୍ରଦେଶରେ ନିର୍ବାଚନରେ ବିଜେପି ଚିଟ ପଟାଙ୍ଗ ମାରିବା ପରେ ଏବେ ସହଯୋଗୀଙ୍କୁ ଖୋଜିଲେଣୀ ମୋଦି । ନିର୍ବାଚନ ଯେତିକି ନିକଟତର ହେଉଛି ବିଜେପି ଓ ସହଯୋଗୀଙ୍କ ମଧ୍ୟରେ ସେତିକି ଦୂରତା ବଢ଼ୁଛି। ନିକଟରେ ଏଲଜିପି ବିଜେପିର ହାତ ଛାଡିଥିବାବେଳେ ଶିବସେନା ବାରମ୍ଭାର ଧମକ ଦଉେଛି। ଏପଟେ ହିନ୍ଦ ହାଟଲାଣ୍ତରେ ବିଜେପିରୁ ଜନତା ମୁହଁ ମୋଡିବା ପରେ ମୋଦିଙ୍କ ପାଇଁ ୨୦୧୯ ଲୋକସଭା ନିର୍ବାଚନ ଜଟିଳ ହେବାରରେ ଲାଗିଛି । ଯେଉଁଥିପାଇଁ ସହଯୋଗୀଙ୍କ ଉପସ୍ଥିତି ନିତାନ୍ତ ଆବଶ୍ୟକ ବୋଲି ବିଜେପି ବାସ୍ନା ସହଯୋଗୀଙ୍କୁ ମନପକାଇଲେଣି ମୋଦି ।ଏନଡିଏ ୧ ଏବଂ ୨ର ସହଯୋଗୀଙ୍କୁ ବିଜେପି ଦ୍ବାର ଖୋଲା କହିବା ପଛରେ କଣ ହୋଇପାରେ କାରଣ ? ପାଦ ତଳ ମାଟି ଖସିଲାଣି କି ? ଏଭଳି ସମୟରେ ଆଭିମୁଖ୍ୟ ବଦଳାଇବ କି ବିଜେଡି? ଏକଦା ଏନଡିଏ ସହଯୋଗୀ ଦଳ ଥିବା ବିଜେଡି କହିଛି ଅଟଳଜୀଙ୍କୁ ଭରଷା କରିଥିଲୁ ହେଲେ ମୋଦିଙ୍କୁ ନୁହେଁ। ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ସରକାର ୯ ବର୍ଷ ରହିଥିଲା। ୧୧ ବର୍ଷ ଉଭୟ ମିଶିକି ରହିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଏହି ମେଣ୍ଟ ଗଠନ ହୋଇଥିଲା। ତେବେ ଏବେର ସ୍ଥିତି ଅଲଗା ତେଣୁ ଆଉ ବିଜେପି ସହ ମେଣ୍ଟ ସମ୍ଭବ ନୁହେଁ ବୋଲି ବିଜେଡି ପୁଣି ଥରେ ସ୍ପଷ୍ଟ କରିଦେଇଛି ।୨୦୧୪ ନିର୍ବାଚନ ପରେ ବିଜେପି କ୍ଷମତାକୁ ଆସିବା ପରେ ୧୬ଟି ସହଯୋଗୀ ଦଳ ଅସନ୍ତୁଷ୍ଟ ହୋଇ ଏନଡ଼ିଏ ଛାଡ଼ିସାରିଛନ୍ତି। ଆହୁରୀ ୫ଟି ସହଯୋଗୀ ଦଳ ଏବେ ବିଜେପି ଉପରେ ଚାପ ପ୍ରୟୋଗ କରି ଏନଡ଼ିଏ ଛାଡ଼ିବା ମୁଡ଼ରେ ଅଛନ୍ତି। ଯାହା ଫଳରେ ବିଜେପି ନେତା ଅମିତ୍ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଇଛି। କାରଣ ଏବେ ଆଉ ବିଜେପିକୁ ନୂଆ ସହଯୋଗୀ ଦଳ ମିଳୁନାହାନ୍ତି। ବିଜେପି ଯାହାଙ୍କ ଉପରେ ଆଖି ପକାଇଥିଲା ସେମାନେ ଏବେ ଆଉ ଧରାଛୁଆଁ ଦେଉନାହାଁନ୍ତି।୨୦୧୪ ନିର୍ବାଚନରେ ବିଜେପି ୨୮ଟି ସହଯୋଗୀ ଦଳଙ୍କୁ ସାଥିରେ ନେଇ ଲୋକସଭା ନିର୍ବାଚନ ଲଢ଼ିଥିଲା। ଗତ ନିର୍ବାଚନରେ ବିଜେପିକୁ ୨୮୨ଟି ଆସନ ମିଳିଥିବାବେଳେ ୨୨ଟି ସହଯୋଗୀ ଦଳକୁ ୫୪ଟି ଲୋକସଭା ଆସନ ମିଳିଥିଲା। ଏନଡ଼ିଏରେ ସାମିଲ ହୋଇଥିବା ୨୮ଟି ଦଳ ମଧ୍ୟରୁ ୫ଟି ଦଳ କୌଣସି ଆସନରେ ବିଜୟୀ ହୋଇପାରିନଥିଲେ। ନିର୍ବାଚନ ପରେ ବିଜେପି ଅନେକ ଛୋଟ ଛୋଟ ଦଳକୁ ଏନଡ଼ିଏରେ ସାମିଲ ମଧ୍ୟ କରିଥିଲା। ଫଳରେ ଏନଡ଼ିଏ ସହଯୋଗୀ ଦଳଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଥିଲା। ଚଳିତ ସପ୍ତାହରେ ଆସାମ ଗଣପରିଷଦ ନାଗରିକ ସଂଶୋଧନ ବିଲକୁ ନେଇ ଏନଡ଼ିଏ ଛାଡ଼ିଛି।୨୦୧୮ ଏନଡ଼ିଏ ପାଇଁ ସବୁଠାରୁ ଖରାପ ବର୍ଷ ଭାବେ ପରିଣତ ହୋଇଛି। କାରଣ ଅନେକ ବଡ଼ ବଡ଼ ତଥା ପ୍ରଭାବଶାଳୀ ଆଞ୍ଚଳିକ ଦଳମାନେ ବିଜେପି ଉପରେ ଅସନ୍ତୁଷ୍ଟ ହୋଇ ଏନଡ଼ିଏ ଛାଡ଼ିଛନ୍ତି। ୨୦୧୮ ଆରମ୍ଭରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଝୀଙ୍କ ହୀନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଏନଡ଼ିଏ ଛାଡ଼ି ମହାମେଣ୍ଟରେ ସାମିଲ ହୋଇଥିଲେ। ଫେବୃୟାରୀରେ ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ପୁରୁଣା ସହଯୋଗୀ ନାଗା ପିପୁଲ୍ସ ଫ୍ରଣ୍ଟ ୧୫ ବର୍ଷର ପୁରୁଣା ସମ୍ପର୍କକୁ ଛିନ୍ନ କରିଥିଲା। ମାର୍ଚ୍ଚରେ ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ର ବାବୁ ନାଇଡ଼ୁଙ୍କ ତେଲଗୁ ଦେଶମ ପାର୍ଟି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନମିଳିବାରୁ ଏନଡ଼ିଏକୁ ଅଲବିଦା କହି ଏବେ ବିଜେପି ବିରୋଧି ମହାମେଣ୍ଟ କରିବାକୁ ପ୍ରୟାସ ଚଳାଇଛନ୍ତି।୨୦୧୭ରେ ପଶ୍ଚିମବଙ୍ଗର ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ବିଜେପି ଉପରେ ବେଇମାନୀ ଅଭିଯୋଗ କରି ଏନଡ଼ିଏ ଛାଡ଼ିଥିଲା। ୨୦୧୮ରେ କର୍ଣ୍ଣାଟକ ନିର୍ବାଚନ ସମୟରେ କର୍ଣ୍ଣାଟକ ପ୍ରଜାତନ୍ତ୍ର ଜନତା ପାର୍ଟି ଏନଡ଼ିଏ ଛାଡ଼ି କଂଗ୍ରେସ-ଜେଡ଼ିଏସ ମେଣ୍ଟରେ ସାମିଲ ହୋଇଥିଲା। ବିହାରରେ ଉପେନ୍ଦ୍ର କୁଶବାହଙ୍କ ଆରଏଲଏସପି ଏନଡ଼ିଏ ଛାଡ଼ି ବିହାର ମହାମେଣ୍ଟରେ ସାମିଲ ହୋଇଛି। ଏହାଛଡ଼ା ବିହାରର ମୁକେଶ ସାହାନୀଙ୍କ ବିକାଶଶୀଳ ଇନସାନ ପାର୍ଟି ଏନଡ଼ିଏ ଛାଡ଼ି ବିହାର ମହାମେଣ୍ଟରେ ସାମିଲ ହୋଇଥିଲେ।୨୦୧୮ରେ ଜମ୍ମୁ-କାଶ୍ମୀରରେ ମେଣ୍ଟ ସରକାର ଚଳାଉଥିବା ପିଡ଼ିପି ନିଜେ ବିଜେପିଠାରୁ ଅଲଗା ହୋଇଯାଇଥିଲା। ଫଳରେ ଜମ୍ମୁ-କାଶ୍ମୀରର ପିଡ଼ିପି-ବିଜେପି ମେଣ୍ଟ ସରକାରର ପତନ ହୋଇଥିଲା। ୨୦୧୪ ନିର୍ବାଚନର କିଛି ଦିନ ପରେ ହରିଆନାର ହରିଆନା ଜନହିତ କଂଗ୍ରେସ ବିଜେପିକୁ ବେଇମାନ ଦଳ ଭାବେ ବର୍ଣ୍ଣନା କରି ଏନଡ଼ିଏ ଛାଡ଼ିଥିଲା। ଏହାର ମୁଖ୍ୟ କୁଳଦୀପ ବିଷ୍ଣୋୟୀ ଅଭିଯୋଗ କରିଥିଲେ, ବିଜେପି ଆଞ୍ଚଳିକ ଦଳମାନଙ୍କୁ ଶେଷ କରିବାକୁ ଚାହୁଁଛି। ଆନ୍ଧ୍ର ପ୍ରଦେଶର ତେଲଗୁ ସିନେମା ଷ୍ଟାର ପବନ କଲ୍ୟାଣଙ୍କ ଜନସେନା ପାର୍ଟି ୨୦୧୪ ନିର୍ବାଚନର କିଛି ଦିନ ପରେ ଏନଡ଼ିଏ ଛାଡ଼ିଦେଇଥିଲା। ଏହାଛଡ଼ା କେରଳର ରିଭ୍ୟୁଲୁସନାରୀ ସୋସାଲିଷ୍ଟ, ଆଦିବାସୀ ନେତା ସି.କେ.ଜାନୁଙ୍କ ଜନାଧିପତ୍ୟ ରାଷ୍ଟ୍ରୀୟ ସଭା, ମହାରାଷ୍ଟ୍ରର ସ୍ୱାଭିମାନ ପକ୍ଷ ମୋଦିଙ୍କୁ କୃଷକ ବିରୋଧି ବୋଲି ବର୍ଣ୍ଣନା କରି ଏନଡ଼ିଏ ଛାଡ଼ିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହଯୋଗୀ ପାଇଁ ବିଜେପି ଦ୍ୱାରା ଖୋଲା ବୋଲି କହିବା ପରେ ଏହାକୁ ନେଇ ଜୋରଧରିଛି ଓଡ଼ିଶା ରାଜନୀତି । ତେବେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ର ନେତା କଣ କହିଛନ୍ତି ପଢନ୍ତୁ ଏହି ରିର୍ପୋଟ ..
ସୂର୍ଯ୍ୟ ନାରାୟର ପାତ୍ର , ଉପସଭାପତି , ବିଜେଡ଼ି – ମୋଦିଙ୍କ ଆହ୍ୱାନ ପରେ ବିଜେଡ଼ି ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ବିଜେଡ଼ି କଂଗ୍ରେସ-ବିଜେଡ଼ି ଠାରୁ ସମଦୂତରା ବଜାୟ ରଖିଛି । ମୋଦି-ରାହୁଲଙ୍କ ଯେଉଁ ମେଣ୍ଟରେ ଥିବେ ଆମେ ସେଥିରେ ରହିବୁନି ।
ଗୋଲକ ମହାପାତ୍ର , ବିଜେପି , ମୁଖପାତ୍ର, – ସହଯୋଗୀଙ୍କ ପାଇଁ ବିଜେପି ଦ୍ୱାରା ଖୋଲା ବୋଲି ପ୍ରଧାନମନ୍ତ୍ରୀ ତାମିଲନାଡ଼ୁ ପ୍ରସଙ୍ଗରେ ଏପରି କହିଛନ୍ତି । ରାଜ୍ୟରେ ବିଜେପି ଏକାକି ଲଢିବ ଓ ମିଶନ ୧୨୦ ପ୍ଲସକୁ ସଫଳ କରିବ । ବିଜେଡ଼ି-ବିଜେପି ଭିତିରିଆ ସର୍ମ୍ପକ ନାହିଁ ।
ନବ ଦାସ , ବିଧାୟକ – ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପି ହାରିବା ପରେ ଏବେ ସହଯୋଗୀଙ୍କ ସହଯୋଗ ଲୋଡ଼ିଛି । କାରଣ ମୋଦି ଜାଣିସାରିଲେଣୀ ୨୦୧୯ରେ ସେ ନିର୍ବାଚନ ହାରିବେ । ତେଣୁ ମୋଦି ଏପରି ଆହ୍ୱାନ ଦେଇଛନ୍ତି । ରାଜ୍ୟରେ ବିଜେଡ଼ି-ବିଜେପି ମଧ୍ୟରେ ଭିତିରିଆ ସର୍ମ୍ପକ ରହିଛି ।