ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନଙ୍କ ପରଲୋକ

0

ମୁମ୍ବାଇ : ପରଲୋକରେ ବିଶିଷ୍ଟ ସଙ୍ଗୀତକାର ୱାଜିଦ୍ ଖାନ୍ । ଆଜି ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ୱାଜିଦ୍ । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ତାଙ୍କ ଦେହାନ୍ତରେ ଶୋକରେ ବୁଡିଯାଇଛି ବଲିଉଡ୍ ଜଗତ । ଟ୍ୱିଟ୍ କରି ଅନେକ ବିଶିଷ୍ଟ ଅଭିନେତା ଓ ଅଭିନେତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ।
ସୂଚନାନୁସାରେ, ଓ୍ୱାଜିଦ୍‌ ଖାନ୍‌ଙ୍କୁ କୀଡ୍‌ନୀ ରୋଗରେ ପୀଡିତ ଥିଲେ , ତାଙ୍କ ସ୍ୱାସ୍ଥ୍ୟବସ୍ଥା ବଗିଡିବାରୁ ତାଙ୍କୁ ମୁମ୍ବାଇ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୁମ୍ବାଇର ଚିମ୍ବୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଥିଲା । ଶେଷରେ ଗତକାଲି ବିଳମ୍ବିତ ରାତିରେ ଆଖୁବୁଜି ଦେଇଛନ୍ତି ଓ୍ୱାଜିଦ୍‌ ଖାନ୍‌ । ମାତ୍ର ୪୨ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି । କିଛି ଦିନ ତଳେ ତାଙ୍କ କୀଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More