ବଂଚିବାକୁ ଲଢୁଛି ପରୀ

0

ଜମ୍ମୁ-କାଶ୍ମୀର ନିୟନ୍ତ୍ରଣରେଖାରେ ପାକିସ୍ତାନ୍ର ଲଗାତର ଅସ୍ତ୍ରବିରତି ଯୋଗୁଁ ଏହାର ସୀମାନ୍ତବର୍ତି ଗାଁଗୁଡ଼ିକ ଆତଙ୍କରେ ଅଛନ୍ତି । ପାକ୍ସେନାର ଏଭଳି ବର୍ବରତା ଯୋଗୁଁ ଜଣେ ୧୪ମାସର ଶିଶୁ କନ୍ୟା ପରୀ ଏବେ ସଂଘର୍ଷ କରୁଛି ମୃତୁ୍ୟ ସହିତ । ପାକିସ୍ତାନ୍ର ଅବିରତ ଗୁଳିବର୍ଷଣ ସହ ମୋର୍ଟାର୍ ମାଡ଼ରେ ପରୀର ବାପା ମା’ ମଧ୍ୟ ଗୁରୁତର ଆହତ ହୋଇ ଜମ୍ମୁର ଏକ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଏପଟେ ଝିଅର ଅବସ୍ଥା ସଙ୍କଟାପର୍ଣ୍ଣ ଥିବାବେଳେ ସେପଟେ ଉଭୟ ବାପା ମା’ ଗୁରୁତର । ଏଭଳି ଖବର ପ୍ରଚାରିତ ହେବା ପରେ ସବୁଆଡୁ ଏବେ ପରୀ ପ୍ରତି ସମ୍ବେଦନର ଶୁଅ ଛୁଟିବାରେ ଲାଗିଛି । ପରୀର ତଳିପେଟ, ବେକ ଏବଂ ମେରୁଦଣ୍ଡରେ ଭୀଷଣ ଆଘାତ ଲାଗିଛି । ସେହିପରି ଅନ୍ତନଳୀ ବି ଗୁରୁତର କ୍ଷତଗ୍ରସ୍ତ ଥିବାରୁ ସେ ଏବେ ମୃତୁ୍ୟ ସହ ସଂଗ୍ରାମ କରୁଥିବା ଡାକ୍ତର କହିଛନ୍ତି । ଗତ ୧ତାରିଖ ସକାଳେ ପାକିସ୍ତାନ୍ ପଟୁ ଅଚାନକ ଆରମ୍ଭ ହୋଇଯାଇଥିଲା ଗୁଳିବର୍ଷଣ । ଏଣୁ ଗ୍ରାମବାସୀ ସୁରକ୍ଷିତ ସ୍ଥାନକୁ ଦୌଡ଼ି ପଳାଇଥିଲେ ହେଲେ ଗୁଳିରୁ ବର୍ତି ପାରିନଥିଲେ ପରୀ ଆଉ ତା’ର ପରିବାର । ପରୀର ପରିବାର ସମେତ ଗାଁର ଅନ୍ୟ ୨୫ଜଣ ବି ଗୁରୁତର ଆହତ ହୋଇଛନ୍ତି ଆତଙ୍କୀଙ୍କ ଗୁଳିରେ । ପାକିସ୍ତାନ୍ର ଏହି ଗୁଳିମାଡ଼ରେ ସେହିଦିନ ଆଉଜଣେ ଶିଶୁ ରିଶବ(୭) ଏଂବ ଅଭି (୫)ର ମୃତୁ୍ୟ ଘଟିଥିଲା ।ତେବେ ପ୍ରଥମଥର ପାଇଁ ପାକିସ୍ତାନ୍ର ଏଭଳି ଗୁଳିବର୍ଷଣ ଯୋଗୁଁ ଗୋଟିଏ ଦିନରେ ଏକାଥରକେ ୮ଜଣ ନିହତ ହୋଇଥିଲେ ଏବଂ ୪୦ରୁ ଅଧିକ ଆହତ ହୋଇଥିଲେ । ସେହିପରି ପାକ୍ ସେନାର ଏଭଳି ବର୍ବରତା ଯୋଗୁଁ ଏବେ ସୀମାନ୍ତବର୍ତୀ ଗାଁଗୁଡ଼ିକ ନିର୍ଣ୍ଣାୟକ ଯୁଦ୍ଧ ଚାହୁଁଥିବା କହିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More