ଫ୍ରାଞ୍ଚାଇଜଙ୍କୁ ନେଇ ଶକ୍ତିମନ୍ତ୍ରୀଙ୍କ ସମୀକ୍ଷା

0

ଫ୍ରାଞ୍ଚାଇଜରେ କାର୍ୟ୍ୟରତ ଶ୍ରମିକମାନଙ୍କର ସମସ୍ୟା ଉପରେ ଆଜି ଶକ୍ତି ଓ ଶ୍ରମମନ୍ତ୍ରୀ ସମୀକ୍ଷା କରିଛନ୍ତି । ପ୍ରଥମ ଦଫାରେ ଏସୟୁପିଏଲ ଓ ଆରୟୁପିଏଲ କମ୍ପାନୀର ସମୀକ୍ଷା କରିଛନ୍ତି । ଏଟିସି କ୍ଷତି ରୋକିବା, ଆର୍ପିଯୁ ଟାର୍ଗେଟ ହାସଲ କରିବା, ଉତ୍ତମ ବିଦ୍ୟୁତ ସେବା ଯୋଗାଇଦେବା ଉପରେ ସମୀକ୍ଷାରେ ଗୁରୁତ୍ୱ ଦିଆଯାଇଥିଲା । ଏହାସହ କର୍ମଚାରୀ ଛଟେଇ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଏହିଭଳି ସମୀକ୍ଷା ବୈଠକ ହେବା ଆବଶ୍ୟକ ବୋଲି ବିଦ୍ୟୁତ ଉପଭୋକ୍ତା ମହାସଂଘର ସଭାପତି ରମେଶ ଚନ୍ଦ୍ର ଶତପଥୀ ଓ ପାୱାର ଏମ୍ପ୍ଲଇଜ ଆସୋସିଏସନର ସଭାପତି ଧୋବେଇ ସାହୁ କହିଛନ୍ତି । ଏସୟୁପିଏଲ ଓ ଆରୟୁପିଏଲ କମ୍ପାନୀର ମନମାନିକୁ ବିରୋଧ କରିଆସୁଥିବା ବିଧାୟକ ମାନଙ୍କୁ ବୈଠକରେ ଡକାଯାଇଥିଲା । ଏହି ବିଧାୟକମାନେ ଘରୋଇ ସଂସ୍ଥାର କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଖୁବଶୀଘ୍ର ଅନ୍ୟ ଦୁଇ ଫ୍ରାଞ୍ଚାଇଜ ସଂସ୍ଥାକୁ ଡାକି ସ୍ଥିତିର ସମୀକ୍ଷା କରାଯିବବୋଲି ଶକ୍ତିମନ୍ତ୍ରୀ କହିଛନ୍ତି । ଏସୟୁପିଏଲ ଓ ଆରୟୁପିଏଲ ଆଠଗଡ ବିଦ୍ୟୁତ ଡିଭିଜନ, କଟକ ବିଦ୍ୟୁତ ଡିଭିଜନ, ସାଲେପୁର ବିଦ୍ୟୁତ ଡିଭିଜନ ଓ ନିମାପଡା ବିଦ୍ୟୁତ ଡିଭିଜନକୁ ଫ୍ରାଞ୍ଚାଇଜ ଦେଇଛନ୍ତି । ସେହି ସଂସ୍ଥା ଗତ ୫ବର୍ଷ ଭିତରେ ଏକ ପ୍ରତିଶତ ବିଦ୍ୟୁତ ବିତରଣ ଜନିତ କ୍ଷତି କମାଇ ନାହାନ୍ତି । ଏହି ୪ଟି ବିଦ୍ୟୁତ ଡ଼ିଭିଜନରେ ବିଦ୍ୟୁତ ବିଲ ଗ୍ରାହକଙ୍କୁ ଦେଇନାହନ୍ତି । ମାର୍ଚ୍ଚ ମାସରେ ଦେୟ ଅର୍ଥାତ ବର୍ଷକୁ ଗୋଟିଏ ମାସ ଅଧିକ ଦେୟ ଆଦାୟ ହୋଇଥାଏ । ଏହି ଅର୍ଥ ୪ଟି ଡ଼ିଭିଜନରେ ବି ଆଦାୟ ହୋଇପାରିନାହିଁ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More