ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ନେଇ ବିଜେପି ନେତା ବିଭୁ ତରାଇଙ୍କ ପ୍ରେସମିଟ

0

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 2022 ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ I କେନ୍ଦ୍ର ପକ୍ଷରୁ ଅର୍ଥ ଦେବାକୁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି I ଅକ୍ଟୋବରରେ ରାଜ୍ୟ ସରକାର 1275000 ପକ୍କା ଘର ଦେବାକୁ ତାଲିକା ପ୍ରକାଶ କରିଛନ୍ତି I ତେବେ ଯୋଜନାରେ ଚଂଚକତାକୁ ଦେଖି ଏହା ବିରୋଧରେ ବିଜେପି ଆନ୍ଦୋଳନ କରି ଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ଦାବି କରୁଥିଲା I ଏହା ପରେ 15 ଡିସେମ୍ବେର ସୁଦ୍ଧା ଯୋଗ୍ୟ ହିତାଧିକାରଙ୍କ ତାଲିକା ପ୍ରକାଶ ପାଇବାକୁ ରାଜ୍ୟ ସରକାର ନିର୍ଦେଶ ଦେଲେ I ହେଲେ ତାହାବି ସମ୍ଭବ ହେଲାନି I ଫେବୃଆରୀ 7ରେ ଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ରାଜ୍ୟସରକାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ଅଭିଯୋଗ ନେବା ପାଇଁ I 10ରୁ 16 ତାରିଖ ସୁଦ୍ଧା ପଂଚାୟତରେ ଯୋଗ୍ୟ ହିତାଧିକାରୀ ତାଲିକା ନୋଟିସ ରେ ଲଗାଯିବ କଥା I କିନ୍ତୁ ଏପର୍ଯ୍ୟନ୍ତ ଏହା ହୋଇନି I ଆଜି ଶେଷ ଦିନ I ରାଜ୍ୟ ସରକାର ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରିବାକୁ କୁଣ୍ଠିତ I ବିଡ଼ିଓମାନେ କହୁଛନ୍ତି ଯିଏ ଅଯୋଗ୍ୟ ନିଜେ ପ୍ରକାଶ କରନ୍ତୁ I ଏହା ଅବାନ୍ତର ଅବାସ୍ତବ I ବିଜେପି ଦାବି ଯେହେତୁ ପଂଚାୟତ ଅଫିସରେ ବାକ୍ସ ନାହିଁ, ତେଣୁ ଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ଆଉ ଏକମାସ ପର୍ଯନ୍ତ ମାର୍ଚ୍ଚ 16 ପର୍ଯନ୍ତ ସମୟ ରଖାଯାଉ I ଅଭିଯୋଗ ଗ୍ରହଣ ପ୍ରକ୍ରିୟାରେ ସ୍ୱଚ୍ଛତା ଅଣାଯାଉ I ଅଭିଯୋଗକାରୀ ନିଜ ଖର୍ଚରେ ନିଜ ଆବେଦନର ଯେପରି ଭିଡ଼ିଓ ନେଇପାରିବେ ତାର ବ୍ୟବସ୍ଥା କରାଯାଉ ବୋଲି ଦାବି କଲା ବିଜେପି

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More