ପ୍ରଧାନମନ୍ତ୍ରୀଙ୍କ ବିମୁଦ୍ରିକରଣ ନିଷ୍ପତି ପରେ ଦେଶରେ କ’ଣ ଲାଭ ହୋଇଛି

0

ଗତ ୮ତାରିଖ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୫ଶହ ଓ ହଜାରେ ଟଙ୍କିଆ ନୋଟ୍ ଅଚଳ କରି ଦେଶ ତଥା ବିଦେଶରେ ହଇଚଇ ସୃଷ୍ଟି କରିଛନ୍ତି । ଦେଶର ପଡ଼ୋଶୀ ରାଷ୍ଟ୍ରମାନଙ୍କରେ ଏହାର ପ୍ରଭାବ ମଧ୍ୟ ପରିଲକ୍ଷିତ ହୋଇଛି । ଶକ୍ତିଶାଳୀ ପଡ଼ୋଶୀ ରାଷ୍ଟ୍ର ଚୀନ୍ ପରୋକ୍ଷରେ ଏହି ନିଷ୍ପତିକୁ ସ୍ୱିକାର କରିବା ସଙ୍ଗେ ସଙ୍ଗେ ଦୁର୍ନୀତି ବିରୋଧରେ ଅଧିକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ହେଲେ ପ୍ରତ୍ୟକ୍ଷ ଭାବେ ଆଖି ଦୃଷ୍ଟିଆ କ’ଣ ସଫଳ ମିଳୁଛି ତା’ର ଖୁଲାସା କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକର । ସେ ପ୍ରକାଶ କରିଛନ୍ତି ଯେ, ଭାରତରେ ବଡ଼ ନୋଟ୍ ଅଚଳ ହେବା ପରେ ହିଂସାରେ ଜଳୁଥିବା କାଶ୍ମୀରର ଯୁବକମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଆଉ ଟେକାମାଡ଼ କରୁନାହାନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ପ୍ରଧାନମନ୍ତ୍ରୀଙ୍କର ଏହି ବଳିଷ୍ଠ ପଦକ୍ଷେପ ସନ୍ତ୍ରାଶବାଦ ବିଲୋପ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବର୍ତମାନ ଜାମ୍ମୁ-କାଶ୍ମୀରରେ ସ୍କୁଲ ଖୋଲିବା ଆରମ୍ଭ ହୋଇଗଲାଣି । ପିଲାମାନେ ସ୍କୁଲ ଗଲେଣି । ଏହା ହେଉଛି ସବୁଠୁ ବଡ଼ ଉପଲବ୍ଧି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More