ପ୍ରତିଶୋଧ ନେବା ଶିଖାଉଛି ପାକିସ୍ତାନ

0

ଗୁଳିର ଜବାବ ଗୁଳିରେ । ଭାରତୀୟ ଯବାନଙ୍କୁ ପାକିସ୍ତାନ ଆକ୍ରମଣ କରିବାର ୨୪ ଘଂଟା ଭିତରେ ପାକିସ୍ତାନ ସେନାର ୪ ଜଣଙ୍କୁ ମାରି ଭାରତ ପ୍ରତିଶୋଧ ନେଇଛି । ନିହତ ୪ ପାକିସ୍ତାନ ସେନା ମଧ୍ୟରେ ରହିଛନ୍ତି ଜଣେ କମାଣ୍ଡର ସମେତ ୩ ସୈନିକ । ଏହାସହ ପିଓକେର ୩ ନାଗରିକଙ୍କ ମୃତ୍ୟୁ ହୋଇଛି । ମୃତ ପାକିସ୍ତାନ ସେନାର କ୍ୟାପଟେନ ହେଲେ ତେମୁର ଅଲ୍ଲୀ ଖାନ । ଜମ୍ମୁ କଶ୍ମୀରର ବାଲାକୋଟ ଅଂଚଳରେ ପାକିସ୍ତାନ ପଟୁ ମୋଟର ମାଡ ସାଙ୍ଗକୁ ଗୁଳି ଜାରି ରହିଛି । ମଙ୍ଗଳବାର ପାକିସ୍ତାନର ସୀମାପାର ଆକ୍ରମଣରେ ୩ ଭାରତୀୟ ସେନା ସହିଦ ହୋଇଥିଲେ । ଏମିତିକି ଜଣେ ସହିଦ ସେନାଙ୍କ ଶବକୁ ନିର୍ମମ ଭାବେ କ୍ଷତ ବିକ୍ଷତ କରି ଦେଇଥିଲେ । ଯାହାର ବଦଲା ଆଜି ଭାରତ ନେଇଛି । ୨୦୦୩ ମସିହା ପରେ ଭାରତ ପ୍ରଥମ ଥର ପାଇଁ ଏପରି ବଦଲା ନେଇଛି । ଭାରତର ସର୍ଜିକାଲ ଷ୍ଟ୍ରାଇକରେ ବହୁ ଆତଙ୍କବାଦୀଙ୍କ ମୃତୁ୍୍ୟ ପରେ ପାକିସ୍ତାନ ପଟୁ ଉତେଜନା ଦେଖାଯାଉଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More