ପୁଲୱାମା ଆକ୍ରମଣକୁ ପୁରିଲା ବର୍ଷେ : ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

0

ଭୁବନେଶ୍ୱର : ଗତବର୍ଷ ଫେବୃଆରୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ସିଆରପିଏଫ ଯବାନ ଶହୀଦ ହୋଇଥିଲେ । ଫେବ୍ରୁଆରୀ ୧୪ ତାରିଖରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଇ-ମହମ୍ମଦ ପୁଲୱାମା ଠାରେ ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲା । ଏଥିରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଭାରତୀୟ ସେନା ପୁଲୱାମା ଆକ୍ରମଣର ଠିକ୍ ୧୨ ଦିନ ପରେ ଆତଙ୍କୀଙ୍କ ଉପରେ ଆକ୍ରମଣ କରିଥିଲା । ଫେବ୍ରୁଆରୀ ୨୬ ତାରିଖରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ୍‌ରେ ଥିବା ଜୈସ୍‌ର ମୁଖ୍ୟ ତାଲିମ୍‌ କାର୍ଯ୍ୟାଳୟରେ ବିମାନ ଆକ୍ରମଣ କରି ତାକୁ ଧ୍ୱଂସ କରିଦେଇଥିଲେ । ଏଥିରେ ୩୦୦ରୁ ଅଧିକ ଆତଙ୍କୀ ପ୍ରାଣ ହରାଇଥିବା କୁହାଯାଇଥିଲା । ଆଜି ସେହି ଶହୀଦ ଯବାନଙ୍କ ସ୍ମୃତିରେ ଲେଥପୁରା କ୍ୟାମ୍ପରେ ସ୍ମାରକୀ ଉଦଘାଟନୀ ହେବ । ସିଆରପିଏଫର ଅତିରିକ୍ତ ମହାନିର୍ଦ୍ଦେଶକ ଜୁଲ୍ଫିକାର ହସନ ଗୁରୁବାର ସ୍ମାରକ ସ୍ଥଳ ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଥିଲେ । ଉଦଘାଟିତ ହେବାକୁ ଥିବା ସ୍ମାରକୀରେ ଶହୀଦ ଯବାନଙ୍କ ନାମ ସହିତ ଫଟୋ ରହିଛି । ଏହାସହିତ ସିଆରପିଏଫର ସ୍ଲୋଗାନ ‘ସେବା ଏବଂ ନିଷ୍ଠା’ ଲେଖା ରହିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More