ପୁରୁଣା ୫୦୦ ଓ ହଜାରେ ଟଙ୍କିଆ ନୋଟ ଅଚଳର ପ୍ରସ୍ତାବ ଦେଇଥିଲା ଏସଆଇଟି: ଜଷ୍ଟିସ୍ ପଶାୟତ

0

ଗତ ୮ ତାରିଖରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ ଓ ୧୦୦୦ ଟଙ୍କିଆ ନୋଟ ପ୍ରଚଳନ ଉପରେ ରୋକ ଲଗାଇଛନ୍ତି । ହେଲେ ସରକାରଙ୍କୁ ଏହି ନୋଟ ବଦଳର ପ୍ରସ୍ତାବ ଦେଇଥିଲା ସ୍ପେସାଲ ଇନ୍ଭେଷ୍ଟିକେସନ ଟିମ (ଏସ ଆଇଟି) ବୋଲି କହିଛନ୍ତି ଟିମର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ।   ସେ କହିଛନ୍ତି କଳା ଧନ ଦେଶ ଭିତରେ ବହୁ ଲୋକ ଓ ଅନୁଷ୍ଠାନ ପାଖରେ ଗଛିତ ଥିବା ଏସଆଇଟି  ଜାଣିବାକୁ ପାଇଥିଲା । କେବଳ ନଗଦ ଟଙ୍କା ନୁହେଁ ବିଭିନ୍ନ ଶିକ୍ଷାନୁଷ୍ଠାନ, ରିଅଲଇଷ୍ଟେଟ୍ ସମେତ ସୁନା କିଣାରେ ବି କଳା ଧନ ଲାଗିଛି । ସବୁ ବିଷୟ ପର୍ଯ୍ୟାୟ କ୍ରମେ ତଦନ୍ତ ପରିସର ଭୁକ୍ତ ହେବ । କଳାଧନ ରୋକିବା କ୍ଷେତ୍ରରେ ପ୍ରଧାନ ମନ୍ତ୍ରୀଙ୍କର ଏହା ଏକ ଦୃଢ ପଦକ୍ଷପେ ବୋଲି ସେ କହିଛନ୍ତି । ତେବେ ସରକାରଙ୍କର ଏହି ଦୃଢ ନିଷ୍ପତିକୁ କିଛି ରାଜନୈତିକ ଦଳ ବିଷେଶ କରି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଅନ୍ୟ ରାଜନୈତିକ ଦଳ ଏହାର ପ୍ରତ୍ୟାହାର  ପାଇଁ ପ୍ରସ୍ତୁତ ହେଲେଣି । ରାଜନୈତିକ ଦଳମାନେ କହୁଛନ୍ତି ଯେ, ଏହା ଫଳରେ ଦଳ ତଥା ଦେଶ ବାହାରେ ଏହାର ବହୁ ପ୍ରଭାବ ପଢୁଛି । ଅଯଥାରେ ସାଧାରଣ ଲୋକେ ହଇରାଣ ହେଉଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More