ପୁରୀ ମହାରାଜାଙ୍କ ପୁଷ୍ୟାଭିଷକ ସମ୍ପର୍ଣ୍ଣ

0

ପବିତ୍ର ପୌଷ ପୂର୍ଣ୍ଣମୀ ତିଥିରେ ଅନୁଷ୍ଠିତ ହୋଇଛି ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ମହାରାଣୀ ଲୀଳାବତୀ ଦେବୀଙ୍କ ପୁଷ୍ୟାଭିଷେକ । ଏଥିପାଇଁ ଶ୍ରୀନଅର ହୋଇଉଠିଥିଲା ଚଳଚଞ୍ଚଳ । ଅଭିଷେକରେ ବରୁଣ ପୂଜା, ବର୍ଦ୍ଧନ ପୂଜା ସହ ରାମାଭିଷେକ ପୂଜା ଅନୁଷ୍ଠିତ ହୋଇଛି । ଅଭିମନ୍ତ୍ରିତ ଜଳରେ ମହାରାଜାଙ୍କ ଅଭିଷେକ କରାଯାଇଛି । ପରେ ମଙ୍ଗଳାର୍ପଣ ନୀତି ସମ୍ପର୍ଣ୍ଣ ହୋଇଥିଲା ଏବଂ ଗଜପତି ଗାଦିକୁ ବିଜେ କରିଥିଲେ । ଏହି ଉପଲକ୍ଷେ ପୁରୀର ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତ ମାନେ ଗଜପତିଙ୍କୁ ଶ୍ରୀଫଳ ଓ ପଇତା ପ୍ରଦାନ ପୂର୍ବକ ଆଶୀର୍ବାଦ ଦେଇଥିଲେ । ବିଜେ କାହାଳୀ, ତେଲିଙ୍ଗି ବାଜା ଝାଞ୍ଜ ଆଦି ପାରମ୍ପରୀକ ବାଦ୍ୟରେ ଶ୍ରୀନଅର ପ୍ରକମ୍ପିତ ହୋଇଥିଲା । ରାଜଗୁରୁ ଦେବୀ ପ୍ରସାଦ ଓ ସୁଧାଂଶୁ ରାଜଗୁରୁ ଅଭିଷେକ କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ । ପ୍ରତିଭା ରାଜଗୁରୁ ଓ ସ୍ୱର୍ଣ୍ଣମୟୀ ରାଜଗୁରୁ ମଙ୍ଗଳାର୍ପଣ କରିଥିଲେ । ପୁରାଣ ଅନୁଯାୟୀ ପୌଷ ପୂର୍ଣ୍ଣମୀ ତିଥିରେ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ରାଜ ସିଂହାସନରେ ଅଭିଷିକ୍ତ ହୋଇଥିଲେ । ସେହି ସ୍ମୃତିରେ ଦେବତା ଏବଂ ରାଜାଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଆସୁଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More