ପୁରୀ : ପ୍ରଥମ କାଇଟ୍ ଫେଷ୍ଟିଭାଲ୍ ଆରମ୍ଭ

0

ପୁରୀରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ଗୁଡ଼ିଉଡା ପ୍ରଦର୍ଶନୀ (କାଇଟ୍ ଫେଷ୍ଟିଭାଲ୍) । ଶନିବାର ସ୍ଥାନୀୟ ପାନ୍ଥନିବାସଠାରେ ଏହି ଫେଷ୍ଟିଭାଲ ଆରମ୍ଭ ହୋଇଛି । ଏହି ଫେଷ୍ଟିଭାଲରେ ଦେଶର ବିଭିନ୍ନ ରାଜ୍ୟ ସମତେ ବିଦେଶରୁ ମଧ୍ୟ ଅନେକ ଗୁଡ଼ିଉଡାଳୀ ଯୋଗଦେଇଛନ୍ତି । ମୋଟ୍ ୧୨୦ଜଣ ଗୁଡ଼ି ଉଡାଳୀ ଯୋଗଦେଇ ଗୁଡ଼ିଉଡ଼ାର ମଜା ଉଠାଇଛନ୍ତି । କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସପି ସାର୍ଥକ ଷଡଙ୍ଗୀ ଓ ବିଜୟ ଜେନା ପ୍ରମୁଖ ଉଦଘାଟନ କରିଥିଲେ । ଫେଷ୍ଟିଭାଲଟିରେ ଯେଉଁ ଗୁଡ଼ି ଉଡାଳୀଙ୍କ ଗୁଡ଼ି ଅଧିକ ସମୟ ଧରି ଆକାଶରେ ଉଡିବ ତାଙ୍କୁ ୧୧ଶହ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ବୋଲି ଫେଷ୍ଟିଭାଲ କମିଟି ପକ୍ଷରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More