ପୁରୀରେ ଶବକୁ ଅସମ୍ମାନ : ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ

0

ଶବକୁ ମିଳିଲାନି ଚାରିକାନ୍ଧ । ପୁଣି ମରିଗଲା ମାନବିକତା । ଶବ ବୁହାଗଲା ଟ୍ରଲିରେ । ଆସିଥିଲେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଶେଷରେ ଟ୍ରଲିରେ ବୁହାହୋଇ ଗଲେ ସ୍ୱର୍ଗଦ୍ୱାର । ଏଭଳି ଅଭାବନୀୟ ଘଟଣା ଘଟିଛି ଶ୍ରୀକ୍ଷେତ୍ର ପୁରୀରେ । ସୂଚନା ଅନୁଯାୟୀ ମଧ୍ୟପ୍ରଦେଶର ଜଣେ ପର୍ଯ୍ୟଟକ ପୁରୀ ବୁଲିବାକୁ ଆସିଥିଲେ । ତାଙ୍କ ନାଁ ଦୁର୍ବି  (୫୫) । ସେ ପୁରୀରେ ବୁଲାବୁଲି କଲାପରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ପରେ କିଛି ସ୍ଥାନୀୟ ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଅନ୍ତିମ ସଂସ୍କାର ପାଇଁ ସରକାରୀ ଗାଡି ନମିଳିବାରୁ ଶେଷରେ ତାଙ୍କ ଶବକୁ ଅନ୍ତିମ ସଂସ୍କାର ପାଇଁ ଟ୍ରଲିରେ ନିଆଯାଇଥିଲା । ଏଦୃଶ୍ୟ ଗଣମାଧ୍ୟମରେ ପ୍ରସାର ହେବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ଏନେଇ ବୁଧବାର ରାଜ୍ୟ ମାନବାଧିକାର କମିଶନ ନିଜ ପକ୍ଷରୁ ଏକ ମାମଲା ରୁଜୁ କରି ପୁରୀ ଜିଲ୍ଲାପାଳ ଓ ଆଇଜିଙ୍କୁ ତଦନ୍ତ କରି ୪ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More