ପୁଣି ୫୯୫ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୨୧କୁ ବୃଦ୍ଧି

0

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା I ଆଜି ରାଜ୍ୟରେ ପୁଣି ୫୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି I ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୨୧କୁ ବୃଦ୍ଧି ପାଇଛି । ୫୯୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୦୧ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଥିବା ଜଣାପଡିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଆଜି ଚିହ୍ନଟ ହୋଇଥିବା ୫୯୫ କରୋନା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୦ଜଣ ଆକ୍ରାନ୍ତ ରହିଛନ୍ତି । ଯାଜପୁରରୁ ୯୭ ଜଣ, ଖୋର୍ଦ୍ଧାରୁ ୭୬ ଜଣ, କୋରାପୁଟରୁ ୪୪ଜଣ, ମାଲକାନଗିରିରୁ ୩୬ଜଣ, ଗଜପତିରୁ ୨୦ଜଣ, ମୟୂରଭଞ୍ଜରୁ ୧୪ଜଣ, ବାଲେଶ୍ବର, ଭଦ୍ରକ ଓ କଟକରୁ ୧୧ ଜଣ ଲେଖାଏଁ ଆକ୍ରାନ୍ତ, ପୁରୀରୁ ୧୦ଜଣ, ସୁନ୍ଦରଗଡ଼ରୁ ୮ଜଣ, ଜଗତସିଂହପୁର ଏବଂ ନୟାଗଡ଼ରୁ ୫ଜଣ ଲେଖାଏଁ, କଳାହାଣ୍ଡିରୁ ୪ଜଣ, ବରଗଡ଼ ଓ କେନ୍ଦୁଝରୁ ୩ଜଣ ଲେଖାଏଁ ଆକ୍ରାନ୍ତ, କେନ୍ଦ୍ରାପଡ଼ା,ରାୟଗଡ଼ା ଓ ସମ୍ବଲପୁରରୁ ୨ଜଣ ଲେଖାଏଁ ଆକ୍ରାନ୍ତ, ବଲାଙ୍ଗୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୮୩୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬୭୭ ରହିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More