ପୁଣି ରୁଷିଲେ ଦାମ !

0

ମହାନଦୀ ମହାସଂଗ୍ରାମକୁ ନେଇ ଭୁବନେଶ୍ୱରର ଇଡ଼କଲ ଅଡ଼ିଟୋରିୟମରେ ଅନୁଷ୍ଠିତ ଦଳୀୟ ପ୍ରସ୍ତୁତି ବୈଠକରେ ରୁଷିଲେ ବିଜେଡ଼ିର ଅମାନିଆ ତୁଣ୍ଡ ମନ୍ତ୍ରୀ ଦାମୋଦର ରାଉତ । ପ୍ରସ୍ତୁତି ବୈଠକ ମଂଚ ଉପରେ ଦଳର ଅଧିକାଂଶ ବିଧାୟକ,ସାଂସଦ,ଉପସଭାପତି ଓ ମନ୍ତ୍ରୀଗଣ ବସିଥିଲେ ବି ଗୋଡ଼ଖରାପ କାରଣ ଦର୍ଶାଇ ଦାମବାକୁ ଶ୍ୱେତାଂକ ଆସନରେ ବସିଥିଲେ । ତାଂକୁ ବୁଝାଇ ମଂଚକୁ ନେବା ଲାଗି ଦଳର ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ ଦେବୀ ମିଶ୍ର ଦାମବାବୁକୁ ମଂଚ ଉପରକୁ ଯିବା ଲାଗି ବହୁବାର ଅନୁରୋଧ କରିଥିଲେ ବି ଦାମବାବୁ ଯାଇନଥିଲେ । ତେବେ ଆସନ ଥିଲେ ମଧ୍ୟ କାହିଁକି ଦାମବାବୁ ମଂଚକୁ ଯାଇନଥିଲେ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ପୂର୍ବରୁ ବିଧାନସଭାରେ ମହାନଦୀ ପ୍ରସଙ୍ଗ ଉପରେ ଆଲୋଚନା ସମୟରେ ମନ୍ତ୍ରୀ ଦାମ ରାଉତ କହିବାକୁ ଚାହୁଥିଲେ ହିଁ ତାଂକୁ ସୁଯୋଗ ମଳିନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ ।

 

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More