ପୁଣି ଆଜି ୫୭୭ କରୋନା ପଜିଟିଭ୍ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୨୦୧କୁ ବୃଦ୍ଧି

0

ଭୁବନେଶ୍ୱର : ଆଜି ରାଜ୍ୟରେ ୨୨ ଜିଲ୍ଲାରୁ ୫୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ସେମଧ୍ୟରୁ ୪୧୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ଆଉ ୧୬୧ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୧୪୯୮୭ ଜଣଙ୍କ ଟେଷ୍ଟ ସାରିଥିବା ବେଳେ ସେଥିମଧ୍ୟରୁ ୧୧୨୦୧ ଟି ପଜିଟିଭ କେଶ ବାହାରିଛି । ୭୦୦୬ ଜଣ ଆରୋଗ୍ୟ ଲାଭ କରିସାରିଥିବା ବେଳେ ୪୧୨୮ ଟି ଆକ୍ଟିଭ କେସ ରହିଛି । ଏନେଇରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଚିହ୍ନଟ ହୋଇଥିବା ନୂଆ ୫୭୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୨୬୦, ଅନୁଗୁଳ ଜିଲ୍ଲାରୁ ୭, ବାଲେଶ୍ୱର ଜିଲ୍ଲାରୁ ୩୦, ଭଦ୍ରକ ଜିଲ୍ଲାରୁ ୨, ବୌଦ୍ଧ ଜିଲ୍ଲାରୁ ୫ , କଟକ ଜିଲ୍ଲାରୁ ୧୪, ଢେଙ୍କାନାଳ ଜିଲ୍ଲାରୁ ୪ , ଗଜପତି ଜିଲ୍ଲାରୁ ୧୭, ଜଗତସିଂହପୁର ଜିଲ୍ଲାରୁ ୭ , ଯାଜପୁର ଜିଲ୍ଲାରୁ ୯, ଝାରସୁଗୁଡ଼ା ଜିଲ୍ଲାରୁ ୧ , କନ୍ଧମାଳ ଜିଲ୍ଲାରୁ ୧ , କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ , କେନ୍ଦୁଝର ଜିଲ୍ଲାରୁ ୪୮,ଖୋର୍ଦ୍ଧା ଜିଲ୍ଲାରୁ ୫୬ , କୋରାପୁଟ ଜିଲ୍ଲାରୁ ୬ , ମାଲକାନଗିରି ଜିଲ୍ଲାରୁ ୧ ମୟୁରଭଞ୍ଜ ଜିଲ୍ଲାରୁ ୧୪ , ନୟାଗଡ଼ ଜିଲ୍ଲାରୁ ୧ , ପୁରୀ ଜିଲ୍ଲାରୁ ୫ , ସମ୍ବଲପୁର ଜିଲ୍ଲାରୁ ୩ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୮୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More