ପୁଣି ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ କାଷ୍ଟିଙ୍ଗ କାଉଚ ମାମଲା

0

ଭୁବନେଶ୍ୱର : ଓଡ଼ିଆ ଫିଲ୍ମ ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଥାନାରେ ଅଭିଯୋଗ । ପିଣ୍ଟୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ସିନେମାରେ କାମ କରିବାକୁ କହି ଡାକି ଧମକ ଦେବା ସହ ପିଣ୍ଟୁ ଗାଳି ଗୁଲଜ କରିଥିବା ଯୁବତୀ ଜଣଙ୍କ ଅଭିଯୋଗ ଆଣିଛନ୍ତି । ପିଣ୍ଟୁଙ୍କ ନାଁରେ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହୋଇଛି ।
ଅନ୍ୟପଟେ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ପିଣ୍ଟୁ । ସେ କହିଛନ୍ତି ଦୁର୍ବ୍ୟବହାର ଦୁରର କଥା ସେ ଉକ୍ତ ଯୁବତୀ ଜଣଙ୍କୁ ଚିହ୍ନି ନାହାନ୍ତି କି କେବେ କଥାବାର୍ତ୍ତା ହୋଇନାହାନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More