ପିଓକେ ରେ ଜୋରଦାର ହେଲା ପାକିସ୍ତାନ ବିରୋଧୀ ଜନ ଅସନ୍ତୋଷ

0

ପାକିସ୍ତାନ ଅଧିକୃତ କାଶ୍ମୀରରେ ଦିନକୁ ଦିନ ଜନଅସନ୍ତୋଷ ବ୍ୟାପିବାରେ ଲାଗିଲାଣି I ଗତ କାଲିଠାରୁ ପାକିସ୍ତାନ ଦ୍ୱାରା ଠୁଳ ହୋଇଥିବା ସୈନିକ ଓ ସନ୍ତ୍ରାସବାଦୀ ମାନଙ୍କ ବିରୁଦ୍ଧରେ ଜୋରଦାର ଧର୍ମଘଟ ଆରମ୍ଭ ହୋଇଛି I ଦୀର୍ଘ ଦିନ ଧରି ନିଷ୍ପେସିତ ଓ ଶୋଷିତ ହୋଇ ରହିଥିବା ଜାମ୍ମୁ- କାଶ୍ମୀରର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି I ଏପରିକି ସେମାନେ ଘରଦ୍ୱାର ଛାଡି “ସ୍ୱାଧୀନ କାଶ୍ମୀର ଆମର ଦରକାର” ନାରା ଦେଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି I ଏହା ଫଳରେ ଜାମ୍ମୁ-କାଶ୍ମୀର ବିଷୟରେ ପାକିସ୍ତାନ ଜନ ସାଧାରଣକୁ ବିଭ୍ରାନ୍ତ କରୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଓ ତାଙ୍କର ସେନାମୁଖ୍ୟ ଏହା ଦ୍ୱାରା ଭୟବିତ୍ତ ହୋଇଛନ୍ତି I କାରଣ ୧୯୪୭ ମସିହା ଠାରୁ ଆଜିପର୍ଯ୍ୟନ୍ତ ପାକ ଅଧିକୃତ କାଶ୍ମୀରରେ କୌଣସି ଗୋଟିଏ ଉର୍ନତିମୂଳକ କାର୍ଯ୍ୟ ହୋଇ ନାହିଁ I ଲୋକମାନେ ଦୁଇ ଓଳି ଖାଇବାକୁ ମଧ୍ୟ ପାଉନାହାନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More