ପାର୍ବଣକୁ ନେଇ ଉତ୍ସବ ମୁଖର ଏବେ ଗାଁ ରୁ ସହର

0

ଭୁବନେଶ୍ୱର: ପାର୍ବଣକୁ ନେଇ ଉତ୍ସବ ମୁଖର ଏବେ ଗାଁ ରୁ ସହର । ସେହି ଲାଗି ସବୁଆଡେ “ମା”ଙ୍କର ସୁନ୍ଦର ମୃଣ୍ମୟୀ ମୂର୍ତ୍ତି ସାଙ୍ଗକୁ ସୁଉଚ୍ଚ ତୋରଣ ଗଢିବାରେ ଲାଗିଛନ୍ତି । ସବୁ ପୂଜା ଅନୁଷ୍ଠାନଗୁଡିକ । ଏଥିପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା ।କମିଟି କମିଟି ମଧ୍ୟରେ ଥିବା ପ୍ରତିଯୋଗିତା ଭାବନା ଯୋଗୁଁ ଖର୍ଚ୍ଚ ପରିମାଣ ବଢ଼ିବାରେ ଲାଗିଛି । ଏଠି ପ୍ରଶ୍ନ ଉଠୁଛି ଏତେ ଟଙ୍କା ଆସୁଛି କେଉଁଠୁ ? ଏତେ ଟଙ୍କା ପାଇବାର ମାଧ୍ୟମ ହେଉଛି “ଚାନ୍ଦା ବା ବକ୍ସିସ୍” । ଯାହାକି ଲୋକଙ୍କ ଠାରୁ ଜୋର ଜବରଦସ୍ତି ଆଦାୟ କରାଯାଏ । ରାସ୍ତାରେ ଯାଉଥିବା ଯାନ ବାହନ ଠାରୁ ଆରମ୍ଭ କରି ଭଡା ଘରେ ରହୁଥିବା ଲୋକଙ୍କ ଆଦାୟ କରାଯାଏ । ଏମିତି କି ଚୁଟି କାଟିବା ପାଇଁ ସେଲୁନ କୁ ଯାଅ ବା ଟିଫିନ୍ ଖାଇବା ପାଇଁ ହୋଟେଲକୁ ଯାଅ । ସବୁଠି ବକ୍ସିସ୍ ନାମରେ ଲୋକଙ୍କୁ ଲୁଟୁଛନ୍ତି । ଜଣେ ସାଧାରଣ ଲୋକକୁ ପୂଜା ନାଁ ରେ ଲୁଟିବା କେତେ ଠିକ ?
ସହରମାନଙ୍କରେ ଭଡାଟିଆଙ୍କଠାରୁ ଡରାଇ କରି ଭାବେ ଚାନ୍ଦା ଆଦାୟ କରାଯାଏ । ଏହା ଆଇନ ବିରୁଦ୍ଧ କାର୍ଯ୍ୟ । ତଥାପି ପୂଜା କମିଟି ଏହାକୁ ଖାତିର କରେ ନାହିଁ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More