ପାଣି ଏଟିଏମ୍

0

ଏଣିକି ଟଙ୍କାକରେ ମିଳିବ ୧ ଲିଟର ପାଣି । ରାଜ୍ୟବାସୀଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଏଭଳି ବ୍ୟବସ୍ଥା ରାଜ୍ୟରେ ପ୍ରଥମଥର ପାଇଁ କରାଯାଇଛି । ଗୁରୁବାର ଭୁବନେଶ୍ୱରର ୬ଟି ଜାଗାରେ ପାଣି ଏଟିଏମ୍କୁ କାର୍ଯକ୍ଷମ କରାଯାଇଛି । କିଛିମାସ ପୂର୍ବେ ପାଣି ଏଟିଏମ୍ ରଶୁଭାରମ୍ଭ ହୋଇ ବନ୍ଦ ହୋଇଯାଇଥିଲା । ଫଳରେ ଏହା ଉପରେ ଭରସା କରିଥିବା ଲୋକେ ହଇରାଣ ହୋଇ ଅଭିଯୋଗ କରିଥିଲେ । ଯାହାକୁ ଆଖି ଆଗରେ ରଖି ପୁନର୍ବାର ଚାଲୁ କରାଯାଇଛି ଏହି ପାଣି ଏଟିଏମ୍ । ତେବେ ଆଗକୁ ଆହୁରି ୪୦ ଟି ପାଣି ଏଟିଏମ୍ ଖୋଲିବକୁ ସରକାର ଲକ୍ଷ ରଖିଛନ୍ତି ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି । ଏହି ପାଣି ପାଇଁ ସ୍ୱତନ୍ତ୍ର ଏଟିଏମ କାର୍ଡ ମିଳିବ । କାର୍ଡ ମିଳିଯିବା ପରେ ପାଣି ଲିଟରପିଛା ୩୦ ପଇସା ପଡିବ ବୋଲି ବିଏମସି ମେୟର କହିଛନ୍ତି । ଏହି ବ୍ୟବସ୍ଥା ସବୁଦିନ ପାଇଁ ଚାଲୁରହୁ ବୋଲି ଲୋକେ ଦାବି କରିଛନ୍ତି । ଏହା ଦ୍ୱାରା ପିଇବା ପାଣି ସମସ୍ୟା ଦୂର ହେବାସହ ଡେଙ୍ଗୁ, ମ୍ୟାଲେରିଆ, ହଇଜା ଆଦି ରୋଗରୁ ଲୋକଙ୍କୁ ମୁକ୍ତି ମିଳିପାରିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More