ପାକିସ୍ତାନ୍ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ବିଦାକଲା

0

ହୋଇଥିବା କୂଟନୈତୀକ ଯୁଦ୍ଧ ଏବେ ଚରମସୀମାରେ ପହଂଚିଛି । ପାକିସ୍ତାନ୍ରେ ଥିବା ଭାରତୀୟ ଦୂତାବାସର ୨ଜଣ କର୍ମଚାରୀଙ୍କୁ ବିଦାକରିଛି ପାକିସ୍ତାନ୍ ସରକାର । ପାକିସ୍ତାନ୍ରେ ରହି ସେମାନେ ପାକିସ୍ତାନ୍ ବିରୋଧରେ ଭାରତର ଗୁଇନ୍ଦାଗିରି କରୁଥିବା ଅଭିଯୋଗ ଆଣିଛି ପାକ୍ । ଯାହାଫଳରେ ଏବେ ଦୁଇଦେଶ ମଧ୍ୟରେ ଆରମ୍ଭ ହୋଇଯାଇଛି କୂଟନୈତୀକ ଯୁଦ୍ଧ । ଗତ ୩ଦିନ ପୂର୍ବରୁ ଭାରତରେ ଥିବା ପାକିସ୍ତାନ୍ ଦୂତାବାସର ୨ଜଣ କର୍ମଚାରୀଙ୍କୁ ଭାରତର ସମସ୍ତ ଗୁପ୍ତତଥ୍ୟ ଯୋଗାଉଥିବା ଭାରତୀୟ ଗୁପ୍ତଚର ସଂସ୍ଥା ଖବର ଦେବା ପରେ ତୁରନ୍ତ ସେମାନଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା । ଏହି ଖବର ବିଜୁଳି ବେଗରେ ପ୍ରଘଟ ହେବା ପରେ ପାକିସ୍ତାନ୍ ଏହାର ଜବାବ୍ ଦେଇଛି । ମିଛରେ ଅଭିଯୋଗ ଆଣିଛି ଭାରତୀୟ ଦୂତାବାସ କର୍ମଚାରୀଙ୍କ ବିରୋଧରେ । ଆଉ ତୁରନ୍ତ ସେମାନଙ୍କୁ ଦେଶ ଛାଡ଼ିବାକୁ କଡ଼ା ନିଦେ୍ର୍ଦଶ ବି ଜାରି କରିଛି ପାକିସ୍ତାନ୍ । ଏପଟେ ଭାରତରେ ଥିବା ପାକିସ୍ତାନ୍ ଦୂତାବାସର କୂଟନୀତିଜ୍ଞ ମହମ୍ମଦ ଅଖତର୍କୁ ଗିରଫ ପରେ ଜେରା ବେଳେ ଅନେକ ତଥ୍ୟ ମିଳିଛି ଦିଲ୍ଲୀ ପୁଲିସକୁ । ଅଖତାର୍ଠାରୁ ମିଳିଥିବା ତଥ୍ୟ ମୁତାବକ ପ୍ରକୃତରେ ପାକିସ୍ତାନ୍ ଦୂତାବାସର ୨ଜଣ ନୁହେଁ ବରଂ ୧୬ଜଣ କର୍ମଚାରୀ ଭାରତରେ ରହି ଭାରତର ସମସ୍ତ ଗୁପ୍ତତଥ୍ୟ ଚୋରା ଭାବେ ପାକିସ୍ତାନ୍କୁ ଦେଉଥିବା ଜଣାପଡ଼ିଛି । ଫଳରେ ଦିଲ୍ଲୀ ପୁଲିସ ଉକ୍ତ ତଥ୍ୟକୁ ଆଧାର କରି ସେହି ୧୬ଜଣଙ୍କୁ ଗିରଫ କରିବା ସହ ସେମାନଙ୍କୁ ତୁରନ୍ତ ଭାରତ ଛାଡ଼ିବାକୁ ନିଦେ୍ର୍ଦଶ ଦେଇଛି । ତଦନୁଯାୟୀ ପାକିସ୍ତାନ୍ ଆଜି ସେମାନଙ୍କ ମଧ୍ୟରୁ ୮ଜଣଙ୍କୁ ତୁରନ୍ତ ସେମାନଙ୍କୁ ନିଜ ଦେଶକୁ ଫେରାଇ ନେଇଛି । ଫଳରେ ଉଭୟ ଦେଶ ମଧ୍ୟରେ ଆରମ୍ଭ ହୋଇଛି କୂଟନୈତୀକ ଯୁଦ୍ଧ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More