ପାକିସ୍ତାନକୁ ବୈଦେଶୀକମନ୍ତ୍ରୀ ଏସ ଜୟଶଙ୍କରଙ୍କ ପ୍ରସ୍ତାବ I ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ସମ୍ଭବ ହେବ ଯଦି ଭାରତୀୟ ଅପାରଧୀ ମାନଙ୍କୁ ପାକିସ୍ତାନ ହସ୍ତାନ୍ତର କରିବ I

0

ଭୁବନେଶ୍ୱର : କାଶ୍ମିରରୁ ସମ୍ବିଧାନର ଧାରା ୩୭୦ ପ୍ରତ୍ୟାହାର ପରେ କାଶ୍ମୀର ସମସ୍ୟାକୁ ଆନ୍ତର୍ଜାତୀୟ କରଣ କରିବା ପାଇଁ ପାକିସ୍ତାନର ଇମ୍ରାନ ଖାଁ ସରକାର ଯେତେ ଚେଷ୍ଟା ପ୍ରଚେଷ୍ଟା କଲେ ମଧ୍ୟ କୋୖଣସି ସୁଫଳ ମିଳିଲା ନାହିଁ I ଶେଷରେ ପାକିସ୍ତାନର ଇସ୍ଲାମିକ ଧାର୍ମିକ ଗୋଷ୍ଟି ଉପରେ ମାନବିକ ଅଧିକାର ଉଲଂଘନ ହେଉଥିବା ବିଷୟ ପ୍ରଚାର କଲେ ମଧ୍ୟ ତାହାର କୌଣସି ସୁଫଳ ମିଳିନଥିଲା I ହେଲେ ଭାରତ ସହିତ ବାଣିଜିକପ୍ରତିବନ୍ଧକ ଲଗାଇଲା ପରେ ପାକିସ୍ତାନରେ ଦରଦାମ ହୁ ହୁ ହୋଇ ବଢି ଚାଲିଛି I ସେଥିରୁ ରକ୍ଷା ପାଇବା ପାଇଁ ଭାରତ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବାକୁ ବ୍ୟଗ୍ର ହୋଇପଡିଥିବା ପାକିସ୍ତନର ଇମ୍ରାନ ଖାଁ ସରକାର ବାଧ୍ୟ ହୋଇ ଆନ୍ତର୍ଜାତିକ ସ୍ଥରରେ ଭାରତ ଉପରେ ପ୍ରଭାବ ବିସ୍ତାର କରିବାକୁ ବ୍ୟସ୍ତ ହୋଇପଡିଛି I ନିକଟରେ ଫ୍ରାନ୍ସର ଏକ ଦୈନିକ ଖବର କାଗଜ “ଲେ-ମୁଣ୍ଡେ” କୁ ସାକ୍ଷାତ୍କାର ଦେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ସ୍ପଷ୍ଟ କରିଛନ୍ତି ଯେପର୍ଯ୍ୟନ୍ତ ପାକିସ୍ତାନ ଭାରତୀୟ ଅପରାଧୀ ମାନଙ୍କୁ ଭାରତ କୁ ହସ୍ତାନ୍ତର ନକରିଛି ସେ ପର୍ଯ୍ୟନ୍ତ ଶାନ୍ତି କଥାବାର୍ତା ଆରମ୍ଭ ହେବା ସମ୍ଭବ ନୁହେଁ I ସେ ପୁନର୍ବାର କହିଛନ୍ତି ଯେ , ଆତଙ୍କବାଦୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଥିବା ବିଷୟ ପାକିସ୍ତାନ ଆନ୍ତର୍ଜାତିକ ସମୁଦାୟକୁ ଜଣାଇବାକୁ ହେଲେ ଭାରତୀୟ ଅପରାଧୀଙ୍କୁ ପ୍ରଥମେ ଭାରତକୁ ହସ୍ତାନ୍ତର କରିବାକୁ ପଡିବ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More